ଜଗଦୀପ ଧନଖରଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତି କୋବିନ୍ଦଙ୍କୁ ଚିଠି ଲେଖିଲା ଟିଏମସି

Advertisment
ଜଗଦୀପ ଧନଖରଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତି କୋବିନ୍ଦଙ୍କୁ ଚିଠି ଲେଖିଲା ଟିଏମସି

newindianexpress

କୋଲକାତା: ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା କାମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ। ରାଜ୍ୟ ପ୍ରଶାସନ ତଥା ସରକାରଙ୍କ ବିରୋଧରେ ନିୟମିତ ମନ୍ତବ୍ୟ ଦେଇ ନିଜର ସାମ୍ବିଧାନିକ ସୀମା ଉଲ୍ଲଂଘନ କରିଥିବା ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ତେବେ ମମତାଙ୍କ ଏଭଳି ଅଭିଯୋଗକୁ ବିରୋଧ କରିଛି ବିଜେପି।

ରାଜ୍ୟପାଳ ତାଙ୍କ ସାମ୍ବିଧାନିକ ପାରାମିଟର ମଧ୍ୟରେ କାର୍ଯ୍ୟ କରୁଥିବାରୁ ତୃଣମୂଳ କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି କହିଛି ବିଜେପି। ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖରଙ୍କ କହିବା ମୁତାବକ, ଆମେ ଲକ୍ଷ୍ୟ କରିଛୁ ଯେ ଗତ ବର୍ଷ ଜୁଲାଇରେ ସେ ରାଜ୍ୟରେ ପହଞ୍ଚିବା ପରଠାରୁ ନିୟମିତ ଟ୍ୱିଟ୍ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ନିୟମିତ ମନ୍ତବ୍ୟ ଦେଇଆସୁଛନ୍ତି। ଏହା ସହ ଅନେକ ଟିଭି ଆଲୋଚନାରେ ଅଂଶଗ୍ରହଣ କରି ସେ ରାଜ୍ୟ ସରକାର, ଆମର ଅଧିକାରୀ, ମନ୍ତ୍ରୀ,ଏମିତି କି ବିଧାନସଭାର ବାଚସ୍ପତିଙ୍କ ଆଚରଣ ଉପରେ ମନ୍ତବ୍ୟ ଦେଇଛନ୍ତି। ଏଭଳି କରି ସେ ତାଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିଛନ୍ତି।

TMC moves Prez to remove Dhankhar from governor's post - Rediff.com India News Rediff.com

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଏମସି ସରକାରଙ୍କ ଛବିକୁ ଖରାପ କରିବା ପାଇଁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରୁଛନ୍ତି। ପଶ୍ଚିମବଙ୍ଗର ୭୫ବର୍ଷର ଇତିହାସରେ ଏହା ପୂର୍ବରୁ କେବେ ହୋଇ ନଥିଲା। ଯଦି ତାଙ୍କୁ କିଛି କହିବାର ଅଛି, ତେବେ ସେ ସିଧାସଳଖ ଭାବେ ଯୋଗାଯୋଗ କରିପାରିବେ, ଟୁଇଟ୍ କିମ୍ବା ସାମ୍ବାଦିକ ସମ୍ମିଳନୀ ଦ୍ୱାରା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe