ଆମେ ମୁଣ୍ଡ ନୁଆଁଇବୁ ନାହିଁ, କେବଳ ମମତା ବାନାର୍ଜୀ ହିଁ ବିଜେପିକୁ ଟକ୍କର ଦେଇପାରିବେ: ଅଭିଷେକ ବାନାର୍ଜୀ

Advertisment
ଆମେ ମୁଣ୍ଡ ନୁଆଁଇବୁ ନାହିଁ, କେବଳ ମମତା ବାନାର୍ଜୀ ହିଁ ବିଜେପିକୁ ଟକ୍କର ଦେଇପାରିବେ: ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ଜେରା କରିବା ଲାଗି ସିବିଆଇ ‘ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଥିଲା। ସେଠାରେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିଥିବା ବେଳେ ଏବେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିଷେକ ବାନାର୍ଜୀ। ଅଭିଷେକ ବାନାର୍ଜୀ ଆଜି ତ୍ରିପୁରା ଗସ୍ତ କରିବାକୁ ଯୋଜନା କରିଥିବାରୁ ଜାଣିଶୁଣି ସିବିଆଇ ଆଜି ହିଁ ପଚରାଉଚରା କରିବା ପାଇଁ ସମନ ପଠାଇଥିବା କହିଛନ୍ତି ଅଭିଷେକ। ମୋତେ ତ୍ରିପୁରା ଯିବା ପାଇଁ ନଦେବାକୁ ବିଜେପି ଏଭଳି କରିଥିବା ଅଭିଷେକ କହିଛନ୍ତି।

ଆଗକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ତ୍ରିପୁରାରେ ଥିବା ଅଭିଷେକ ବାନାର୍ଜୀ କହିଛନ୍ତି, ଆମେ ଭିନ୍ନ ଧାତୁରେ ତିଆରି, ଆମକୁ ଧମକ ଦେଇ କିଛି ଲାଭ ନାହିଁ। ଆଜି ମୁଁ ଏଠାକୁ ଆସିବାର ଯୋଜନା ଥିବାରୁ ସିବିଆଇ ଗତକାଲି ପଚରାଉଚରା ପାଇଁ ମୋ ପତ୍ନୀଙ୍କୁ ଚିଠି ପଠାଇଥିଲା। ମୋତେ ତ୍ରିପୁରା ଆସିବାକୁ ନଦେବା ପାଇଁ ବିଜେପି ଏଭଳି କରିଛି। ହେଲେ ବିଜେପି ଜାଣିନାହିଁ ଯେ, ଆମେ ଭିନ୍ନ ଧାତୁରେ ତିଆରି। ଆମେ କେବେ ବି ମୁଣ୍ଡ ନୁଆଁଇବୁ ନାହିଁ। ହେଲେ ସବୁ ପରେ ବି ମୁଁ ତ୍ରିପୁରା ଆସିଛି। ବିଜେପି ବଡ଼ ବଡ଼ ଦାବି କରୁଛି ଯେ ସେମାନେ ୫୦କୋଟି ସଦସ୍ୟଙ୍କ ସହ ବିଶ୍ବର ସବୁଠୁ ବଡ ଦଳ ଅଟନ୍ତି। ଯଦି ଏହା ସତ ତେବେ ସେମାନେ ଆମ ପରି ଏକ ଛୋଟ ଦଳଠାରୁ କେମିତି ହାରିଯାଉଛନ୍ତି ? ସେମାନେ ଏହା ଭଲ ଭାବରେ ଜାଣନ୍ତି ଯେ କେବଳ ମମତା ବାନାର୍ଜୀ ହିଁ ତାଙ୍କୁ ଟକ୍କର ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe