ଟିଏମସି ଇସ୍ତାହାର ଉନ୍ମୋଚନ: ବର୍ଷକ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଲେ ମମତା

ଟିଏମସି ଇସ୍ତାହାର ଉନ୍ମୋଚନ: ବର୍ଷକ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଲେ ମମତା

କୋଲକାତା: ଇସ୍ତାହାର ଉନ୍ମୋଚନ ନେଇ ତାରିଖ ‌ପରେ ତାରିଖ ବଦଳିବା ପରେ ଆଜି ଇସ୍ତାହାର ଉନ୍ମୋଚନ କରିଛି ଟିଏମସି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଇସ୍ତାହାରରେ ବର୍ଷକ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ବିଧବା ମହିଳାଙ୍କୁ ମେ’ ମାସରୁ ୧୦୦୦ଟଙ୍କା ଲେଖାଏଁ ଦେବାକୁ ଇସ୍ତାହାରରେ କୁହାଯାଇଛି।

टीएमसी ने बंगाल विधानसभा चुनाव के अपना घोषणा पत्र जारी कर दिया है. (फाइल फोटो) aajtak

ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି ଯେ, ଏହା ଏକ ରାଜନୈତିକ ଇସ୍ତାହାର ନୁହେଁ, ଏହା ଏକ ବିକାଶ-ଆଧାରିତ ଇସ୍ତାହାର। ଏହା ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଇସ୍ତାହାର। ଟିଏମସି କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣାରେ ରାସନ ଦିଆଯିବା ସହ ପ୍ରତି ୪ମାସରେ 'ଦୁଆରେ ସରକାର' କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହା ସହ ଗରିବଙ୍କୁ ବାର୍ଷିକ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ସାଧାରଣ ଜାତି ହିତାଧିକାରୀମାନେ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପାଇବେ। ସେହିଭଳି ପଛୁଆ ସମ୍ପ୍ରଦାୟ ପାଇଁ ଆର୍ଥିକ ସହାୟତା ୧୨,୦୦୦ ଟଙ୍କା ହେବ।

ଅନ୍ୟପକ୍ଷରେ, ପ୍ରତ୍ୟେକ ଗରିବଙ୍କ ଘରକୁ ମାଗଣା ରାସନ ଯୋଗାଇଦେବା ଭଳି କିଛି ଯୋଜନା ବିଷୟରେ ମମତା ବାନାର୍ଜୀ ଘୋଷଣା କରିଛନ୍ତି କି ନାହିଁ ଜାଣିବା ପାଇଁ ଏହାକୁ ନିଜ ଆଡୁ ତଦନ୍ତ ପରିସରପୂକ୍ତ କରି ନିର୍ବାଚନ ଆୟୋଗ ପୁରୂଲିଆର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣା ବିଷୟରେ ପଚରାଯିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ, ନିର୍ବାଚନ ଆୟୋଗ ବିଜେପି ଦ୍ୱାରା ପରିଚାଳିତ ହେଉଛି। ସେମାନେ ନିର୍ବାଚନ ଆୟୋଗର କ୍ଷମତାର ଅପବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe