ଫ୍ଲାଟ୍‌ ବିକ୍ରି ଦୁର୍ନୀତି: ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେଲେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

Advertisment
ଫ୍ଲାଟ୍‌ ବିକ୍ରି ଦୁର୍ନୀତି: ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେଲେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

Image Courtesy of The Week

କୋଲ୍‌କାତା: ଫ୍ଲାଟ୍‌ ବିକ୍ରୟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସମନ୍‌ ପାଇଥିବା ‘ତୃଣମୂଳ କଂଗ୍ରେସ’ (ଟିଏମ୍‌ସି) ସାଂସଦ ନୁସ୍‌ରତ୍‌ ଜହାଁ ଆଜି କୋଲ୍‌କାତାସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ହାଜର ହୋଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

‘ନିୟୁ ଟାଉନ୍‌ ଅଫ୍‌ କୋଲ୍‌କାତା’ରେ କେତୋଟି ଫ୍ଲାଟ୍‌ ଦେବ ବୋଲି ପ୍ରତିଶ୍ରୁତି ଦେଇ ଏକ ରିୟଲ ଇଷ୍ଟେଟ୍‌ କମ୍ପାନି ଠକିଛି ବୋଲି ଦଳେ ବରିଷ୍ଠ ନାଗରିକ ଅଭିଯୋଗ ଫାଇଲ କରିବାରୁ ସାଂସଦ ତଥା ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଜହାଁଙ୍କ ନାଁରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମାମଲା ରୁଜୁ କରିଥିଲା ବୋଲି ‘ପିଟିଆଇ’ରିପୋର୍ଟ କରିଛି।

ଜହାଁ ସେ କମ୍ପାନିର ପୂର୍ବତନ ନିର୍ଦେଶିକା ବୋଲି ଅଭିଯୋଗକାରୀମାନେ ଉଲ୍ଲେଖ କରିଥିଲେ।

publive-image Image Courtesy of Financial Express

୫.୫ ଲକ୍ଷ ଟଙ୍କାରେ ଆପାର୍ଟମେଣ୍ଟ୍‌ ବିକ୍ରୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ଜହାଁ ଲୋକମାନଙ୍କୁ ଠକିଥିବା କଥା ମଧ୍ୟ ‘ବିଜେପି’ ନେତା ଶଙ୍କୁଦେବ ପଣ୍ଡା ଅଭିଯୋଗ କରିଛନ୍ତି।

‘ସେଭେନ୍‌ ସେନ୍‌ସ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଉକ୍ତ କମ୍ପାନିରେ ସମ୍ପୃକ୍ତି ଥିବାରୁ ଜେରା କରିବା ପାଇଁ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ନୁସ୍‌ରତ୍‌ ଜହାଁଙ୍କୁ ସଲ୍‌ଟ୍‌ ଲେକ୍‌ ଅନ୍ତର୍ଗତ ‘ସିଜିଓ କମ୍ପ୍ଲେକ୍ସ୍‌’ରେ ଥିବା ତା’ର ଅଫିସକୁ ଡକାଇଛି।

ନୁସ୍‌ରତ୍‌ଙ୍କୁ ବିଦ୍ରୂପ କରି ‘ବିଜେପି’ ରାଜ୍ୟ ସମ୍ପାଦକ ଅଗ୍ନିମିତ୍ର ପାଲ୍‌ କହିଛନ୍ତି, ଏ ମୋଦୀ ସରକାର- ଆପଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ରାଜନେତା ହୁଅନ୍ତୁ ଅଥବା ଚଳଚ୍ଚିତ୍ର ତାରକା ହୁଅନ୍ତୁ, ଜନତାକୁ ଠକିଥିଲେ ନିସ୍ତାର ପାଇବେ ନାହିଁ… ଫ୍ଲାଟ୍‌ଟିଏ ପାଇବା ପାଇଁ ସେବାନିବୃତ ଲୋକେ ତାଙ୍କ ଜୀବନବ୍ୟାପୀ ସଞ୍ଚିଥିବା କୋଟି କୋଟି ଟଙ୍କା ନୁସ୍‌ରତ୍‌ ଜହାଁଙ୍କୁ ଦେଇଛନ୍ତି। ସେମାନେ ନା ଫ୍ଲାଟ୍‌ ପାଇଲେ ନା, ଟଙ୍କା। ତଦନ୍ତ ଚାଲିଛି, ପ୍ରମାଣ ମିଳିଲେ ନୁସ୍‌ରତ୍‌ ଜହାଁ ଦଣ୍ଡିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe