Kolkata: West Bengal Chief Minister and Trinamool Congress supremo Mamata Banerjee addresses a press conference regarding party's performance in the recently concluded 2016 West Bengal assembly Polls in Kolkata, on May 19, 2016. (Photo: IANS)
କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)ଏହାର ଦବ୍ଦବା ଜାରି ରଖିଛି। ୯୨୭୦ଟି ଆସନରେ ତୃଣମୂଳ ବିଜୟୀ ହୋଇଛି। ତେବେ ଅପରାହ୍ଣ ୨ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଅଧିକାଂଶ ଜିଲ୍ଲାରେ ଶାସକ ତୃଣମୂଳକୁ ବିଜେପି କଡା ଟକର ଦେଉଛି। ରାଜ୍ୟ ନିର୍ବାଚନ କମିସନ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣତି ଚାଲିଥିବା ଆସନ ଗୁଡ଼ିକ ମଧ୍ୟରୁ ୨୩୧୭ଟି ପଞ୍ଚାୟତରେ ଶାସକ ତୃଣମୂଳ କଂଗ୍ରେସ ଆଗରେ ରହିଛି। ବିଜେପି ୨୦୭୯ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୦ଟି ଆସନରେ ଆଗରେ ରହିଛି। ସିପିଆଇ(ଏମ୍) ୫୬୨ଟି ଆସନରେ ବିଜୟୀ ହୋଇଥିବାବେଳେ ୧୧୩ଟି ଆସନରେ ଆଗରେ ରହିଛି। ସେହିଭଳି କଂଗ୍ରେସ ୩୧୫ଟି ଆସନରେ ବିଜୟୀ ହୋଇଥିବା ବେଳେ ୬୧ଟି ଆସନରେ ଅଗ୍ରଣୀ ରହିଛି। ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ୭୦୭ଟି ଗ୍ରାମ ପଞ୍ଚାୟତରେ ବିଜୟୀ ହୋଇଥିବାବେଳେ ୧୨୦ଟି ଆସନରେ ଆଗରେ ରହିଛନ୍ତି। ରାଜ୍ୟ ନିର୍ବାଚନ କମିସନ୍ଙ୍କ ରିପୋର୍ଟ ଅନୁଯାୟୀ, ତୃଣମୂଳ କଂଗ୍ରେସ ଅପରାହ୍ଣ ସୁଦ୍ଧା ୯୫ଟି ପଞ୍ଚାୟତ ସମିତି ଆସନରେ ବିଜୟୀ ହୋଇଥିବାବେଳେ ଗଣତିରେ ୬୫ଟି ଆସନରେ ଅଗ୍ରଣୀ ରହିଛି। ମୋଟ ୪୮,୬୫୦ଟି ଗ୍ରାମ ପଞ୍ଚାୟତ ଆସନ ମଧ୍ୟରୁ ୧୬,୮୧୪ଟି ଆସନର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି। ୯୨୧୭ଟି ପଞ୍ଚାୟତ ସମିତି ଆସନ ମଧ୍ୟରୁ ୩୦୫୯ଟି ଆସନରେ ପ୍ରତିଯୋଗିତା ହୋଇ ନଥିଲା। ସେହିଭଳି ୮୨୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୦୩ଟିରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିସନ୍ଙ୍କ ସୂତ୍ରରୁ ଜଣାଯାଇଛି।
Follow Us