ତାମିଲନାଡୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତ ଥିବାରୁ ବାଘଛୁଆର ନାମକରଣ ହୋଇ ପାରୁନି

ତାମିଲନାଡୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତ ଥିବାରୁ ବାଘଛୁଆର ନାମକରଣ ହୋଇ ପାରୁନି

ଚେନ୍ନାଇ: ନାମକରଣ ଉତ୍ସବକୁ ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଇ କେ ପାଲାନିସ୍ୱାମୀ ସମୟ ଦେଇ ପାରୁ ନ ଥିବାରୁ ବନ୍ଦାଲୁର ଚିଡ଼ିଆଖାନାରେ ଗୋଟାଏ ପାଞ୍ଚମାସର ବାଘଛୁଆର ନାଁ ଦିଆ ଯାଇ ପାରୁନି। ୨୦୧୮ ସେପ୍ଟେମ୍ବର ମାସରେ ଜନ୍ମ ହେବାର ଦିନକ ପରେ ଏଇ ଅଣ୍ଡିରା ବାଘଛୁଆଟି ତା’ର ମାଆ ଉତ୍ତରା କୌଣସି କାରଣରୁ ଛାଡ଼ି ଦେବା ପରେ ଚିଡ଼ିଆଖାନାର ଲୋକେ ତା’ର ଲାଳନପାଳନ କରିଥିଲେ।

ଏସିଆର ସର୍ବବୃହତ୍‌ ଏଇ ଚିଡ଼ିଆଖାନା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପୃକ୍ତି ୨୦୧୦ ମସିହା ସେପ୍ଟେମ୍ବର ମାସରୁ। ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧି ଏଇ ଚିଡ଼ିଆଖାନା ପରିଦର୍ଶନରେ ଯାଇ ଗୋଟିଏ ଅଣ୍ଡିରା ଓ ଦୁଇ ମାଈ ବାଘଛୁଆଙ୍କୁ ଯଥାକ୍ରମେ ସେମ୍ବିଆନ୍‌, ଇନ୍ଦ୍ର ଓ ବଲ୍ଲି ନାଆଁ ଦେଇଥିଲେ। ତାଙ୍କ ପରେ ଜୟଲଳିତା ତାଙ୍କ ପଦାଙ୍କ ଅନୁସରଣ କରି ଦୁଇଟି ଧଳା ବାଘଛୁଆଙ୍କ ନାମ ଦେଇଥିଲେ ରାମ ଓ ଚନ୍ଦ୍ର। ବାଘଛୁଆ ଓ ସିଂହଛୁଆ ସମେତ ସେ ଚିଡ଼ିଆଖାନାରେ ୧୭ଟି ଜନ୍ତୁଙ୍କର ନାମକରଣ କରିଥିଲେ।

୨୦୧୭ ଅକ୍ଟୋବର ମାସରେ ପଲାନିସ୍ୱାମୀ ପ୍ରଥମକରି ଉକ୍ତ ଚିଡ଼ିଆଖାନା ପରିଦର୍ଶନରେ ଯାଇଥିବା ବେଳେ ଗୋଟାଏ ୮ ମାସର ସିଂହଛୁଆର ନାମ ବିଷ୍ଣୁ ରଖିଥିଲେ। ୨୦୧୮ ଜୁଲାଇ ମାସରେ ସେ ଗୋଟାଏ ମାଈ ସିଂହଛୁଆର ନାମ ଜୟା ଦେଇଥିଲେ। ଏବେ ସେମ୍ବିଆନ୍‌ ଓ ଜୟାଙ୍କୁ ତାଙ୍କ ନାମ ଧରି ଡାକିଲେ ଶୁଣୁଛନ୍ତି।

ଗୋଟାଏ ଜନ୍ତୁକୁ ଉପଯୁକ୍ତ ତାଲିମ ଦେବା ଲାଗି ଯଥାଶୀଘ୍ର ତା’ର ନାମ କରଣ କରିବା ଦରକାର। ବିଳମ୍ବ ହେଲେ ତା’ର ଧ୍ୟାନ ଆକର୍ଷଣ କରିବାକୁ ତାକୁ ସିଟି କିଂବା ଉଚ୍ଚସ୍ୱରରେ ଡାକିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe