Zee News India
ଚେନ୍ନାଇ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀ ଆତଙ୍କୀ ହାମ୍ଲା ଘଟାଇବା ଉଦ୍ଦେଶ୍ୟରେ ଗତକାଲି (ଗୁରୁବାର) ତାମିଲନାଡ଼ୁ ମଧ୍ୟକୁ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ମିଳିବା ପରେ ସମଗ୍ର ତାମିଲନାଡ଼ୁରେ ହାଇଆଲର୍ଟ ଜାରି କରାଯାଇଛି। ତାମିଲନାଡ଼ୁର ପ୍ରତ୍ୟେକ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ଏସଂପର୍କରେ ସୂଚନା ପ୍ରଦାନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ରାଜ୍ୟ ମଧ୍ୟକୁ ପଶି ଆସିଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଏବାର ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରା ଯାଉଛି।
Deccan Chronicleଏଥିସହ ଚେନ୍ନାଇ ଓ କୋଏମ୍ବାଟୁରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯିବା ସହ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ଏବଂ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା ନଜର ରଖା ଯାଇଛି।
Follow Us