ଟି.ଏନ୍. ଶେଷାନଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଏକାଦଶ ବ୍ରିକ୍ସ ସମ୍ମିଳନୀ‌ ପାଇଁ ମୋଦୀଙ୍କ ୨ ଦିନିଆ ବ୍ରାଜିଲ୍‌ ଗସ୍ତ

image-oneindia

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି,‘ ଟିଏନ ଶେଷାନଙ୍କ ପରଲୋକ ଖବର ଶୁଣି ଦୁଃଖ ଲାଗିଛି । ସେ ନିର୍ବାଚନ ବ୍ୟବସ୍ଥା କ୍ଷେତ୍ରରେ ଅନେକ ସଂଶୋଧନ ଆଣିଥିଲେ । ସେ ଆମର ଗଣତନ୍ତ୍ର ବ୍ୟବସ୍ଥାକୁ ମଜଭୁତ କରିବାରେ ବଡ଼ ଭୂମିକା ନିର୍ବାହ କରିଥିଲେ ।


ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ ଲେଖିଛନ୍ତି, ଶ୍ରୀ ଟିଏନ ଶେଷାନ ଜଣେ ଭଲ ଲୋକ ସେବକ ଥିଲେ । ସେ ନିଜ ଜୀବନରେ ଜଣେ ଭଲ ସଚ୍ଚୋଟ ଅଧିକାରୀ ଭାବେ କାମ କରିଥିଲେ । ନିର୍ବାଚନ ବ୍ୟବସ୍ଥାକୁ ଶକ୍ତଶାଳୀ କରିବା ପାଇଁ ବହୁ ଉଦ୍ୟମ କରିଥିଲେ । ତାଙ୍କ ମୃତ୍ୟୁ ମୋ’ପାଇଁ ଯନ୍ତଣାଦାୟକ। ଓମ୍ ଶାନ୍ତି।’
ସୂଚନାଯୋଗ୍ୟ, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ଗତକାଲି ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ତୁଲାଇଥିଲେ। ତାଙ୍କ ସମୟରେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଅଣାଯାଇ ପାରିଥିଲା। କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ।

publive-image image source-oneindia

ନିରପେକ୍ଷତା, ନିଷ୍ଠାପରତା, ସ୍ବଚ୍ଛତା ତାଙ୍କର ପରିଚୟ ଥିଲା। ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ବ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe