ନୂଆଦିଲ୍ଲୀ: ପଡ଼ି ରହିଥିବା ବହୁ ସଂଖ୍ୟକ ମାମଲା ହ୍ରାସ କରିବା ପାଇଁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଦାଲତର କାର୍ଯ୍ୟ ଦିବସଗୁଡ଼ିକରେ ବିଚାରପତିମାନଙ୍କ ଛୁଟି ନିଷିଦ୍ଧ କରିଛନ୍ତି।
ଅକ୍ଟୋବର ୩ ତାରିଖ ଦିନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ସୁପ୍ରିମ୍ କୋର୍ଟ, ହାଇକୋର୍ଟ ଏବଂ ଟ୍ରାଏଲ୍ କୋର୍ଟରେ ପଡ଼ି ରହିଥିବା ୩ କୋଟି ମାମଲାର ବୋଝ ହାଲୁକା କରିବାକୁ ଏକ ନୂତନ ବ୍ୟବସ୍ଥା ଆରମ୍ଭ ବିଷୟରେ ଇସାରା ଦେଇଥିଲେ। ସପ୍ତାହକ ମଧ୍ୟରେ ସେ ପ୍ରତ୍ୟେକ ହାଇକୋର୍ଟର କଲେଜିୟମ୍ ସଦସ୍ୟଙ୍କ ସହ ଭିଡିଓ କନ୍ଫେରେନ୍ସିଙ୍ଗ୍ ମାଧ୍ୟମରେ ଆଲୋଚନା କରି ପଡ଼ିରହିଥିବା ମାମଲା ହ୍ରାସ କରିବାକୁ କିଛି କଡ଼ା ଔଷଧ ପ୍ରେସ୍କ୍ରାଇବ୍ କରିଛନ୍ତି।
ସେ ଭଳି କୌଣସି ଜରୁରୀ ପରିସ୍ଥିତି ନ ଥିଲେ କୌଣସି ହାଇକୋର୍ଟର ବିଚାରପତି କିଂବା ସବ୍ଅର୍ଡିନେଟ୍ କୋର୍ଟର ବିଚାର ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ଦିବସରେ ଛୁଟି ନେବା ପାଇଁ ଅନୁମତି ମିଳିବ ନାହିଁ।
ଅଦାଲତର କାର୍ଯ୍ୟ ଦିବସରେ ବିଚାରପତିମାନଙ୍କୁ ଏଟିସି ନେବାକୁ ମଧ୍ୟ ସେ ବାରଣ କରିଛନ୍ତି।
Follow Us