ଜିଏସ୍‌ଟି ଛାଡ଼ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ୧୦୦୦ଟି ସାନିଟାରି ପ୍ୟାଡ୍‌ ପଠାଇବେ ଗୋଆଲିଅର୍‌ ଛାତ୍ରଛାତ୍ରୀ

ଜିଏସ୍‌ଟି ଛାଡ଼ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ୧୦୦୦ଟି ସାନିଟାରି ପ୍ୟାଡ୍‌ ପଠାଇବେ ଗୋଆଲିଅର୍‌ ଛାତ୍ରଛାତ୍ରୀ

Image Courtesy of The Hindu

ନୂଆଦିଲ୍ଲୀ: ସାନିଟାରି ନାପ୍‌କିନ୍‌ ଉପରୁ ୧୨% ଜିଏସ୍‌ଟି ଉଠାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ମଧ୍ୟପ୍ରଦେଶ ଅନ୍ତର୍ଗତ ଗୋଆଲିଅର୍‌ର ଛାତ୍ରଛାତ୍ରୀମାନେ ନାପ୍‌କିନ୍‌ ଉପରେ ବାର୍ତ୍ତା ଲେଖିବା ଆରମ୍ଭ କରିଛନ୍ତି। ଏ ଭଳି ୧୦୦୦ଟି ନାପ୍‌କିନ୍‌ ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ।

ସାନିଟାରି ନାପ୍‌କିନ୍‌କୁ ମାଗଣାରେ ଉପଲବ୍ଧ କରାଇବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି। ଜାନୁଆରି ୪ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସାମାଜିକ ଗଣମାଧ୍ୟମ ଜରିଆରେ ବହୁ ଜନସମର୍ଥନ ପାଇଲାଣି।

ମହିଳାମାନେ ସମ୍ମୁଖୀନ ହେଉଥିବା ହଇରାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରିବା ପାଇଁ ଛାତ୍ରଛାତ୍ରୀମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି।

ସେମାନଙ୍କର ବିଶ୍ୱାସ ଯେ ଏହି ଆନ୍ଦୋଳନ କେବଳ ଗୋଆଲିଅର୍‌ର ମହିଳାମାନଙ୍କ ପାଇଁ ଆବଶ୍ୟକ ନୁହେଁ, ସମଗ୍ର ଭାରତର ମହିଳାମାନଙ୍କ ପାଇଁ ଏହା ଆବଶ୍ୟକ। ଏହା ଉପରୁ ଜିଏସ୍‌ଟି ଉଠାଇବା କିଂବା ଏହାକୁ ମାଗଣାରେ ଉପଲବ୍ଧ କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe