ଭାରତର ମୋଷ୍ଟଓ୍ଵାଣ୍ଟେଡ୍‌ ଫାରୁକ୍‌ ଡେଭିଡ୍‌ଓ୍ଵାଲାକୁ ନିଜ ଦେଶର ନାଗରିକ ବୋଲି ମିଥ୍ୟା ପ୍ରମାଣ ଦେଇ ଦୁବାଇରୁ ନେଇ ପଳାଇଲା ପାକିସ୍ତାନ

Advertisment
ଭାରତର ମୋଷ୍ଟଓ୍ଵାଣ୍ଟେଡ୍‌ ଫାରୁକ୍‌ ଡେଭିଡ୍‌ଓ୍ଵାଲାକୁ ନିଜ ଦେଶର ନାଗରିକ ବୋଲି ମିଥ୍ୟା ପ୍ରମାଣ ଦେଇ ଦୁବାଇରୁ ନେଇ ପଳାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ବିରୋଧୀ ଆତଙ୍କବାଦୀମାନଙ୍କୁ ପଡ଼ୋଶୀ ପାକିସ୍ତାନ ସବୁ ପ୍ରକାରର ସୁରକ୍ଷା ଓ ସାହାଯ୍ୟ ଯୋଗାଇ ଦେବାପାଇଁ ସଦା ପ୍ରସ୍ତୁତ। ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ କିଛି ବି କରିପାରିବ ପାକିସ୍ତାନ। ଏପରିକି ଭାରତ ବିରୋଧୀ ଭାରତୀୟ ଆତଙ୍କବାଦୀମାନଙ୍କୁ ନିଜ ଦେଶର ନାଗରିକ ବୋଲି ମିଥ୍ୟା ତଥ୍ୟ ପ୍ରମାଣ ଦର୍ଶାଇବାକୁ ସୁଦ୍ଧା କୁଣ୍ଠା ପ୍ରକାଶ କରିବ ନାହିଁ ପାକିସ୍ତାନ! ଏଇ ନିକଟରେ ଦୁବାଇରେ ପାକିସ୍ତାନ ଏପରି କରିଥିବା ସଂପର୍କରେ ଏକ ଘଟଣା ଏବେ ନଜରକୁ ଆସିଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବହୁ ଚର୍ଚ୍ଚିତ ମୁମ୍ବାଇ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ଭାରତରୁ ପଳାଇଯାଇ ପାକିସ୍ତାନରେ ନିରାପଦ ଓ ସୁରକ୍ଷିତ ଆଶ୍ରୟ ଗ୍ରହଣ କରିଛି। ତେବେ, ଦାଉଦ୍‌ ଇବ୍ରାହିମ୍‌ର ଜନୈକ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଭାରତୀୟ ଆତଙ୍କବାଦୀ ତଥା ମୋଷ୍ଟଓ୍ଵାଣ୍ଟେଡ୍‌ ଫାରୁକ୍‌ ଡେଭିଡ୍‌ଓ୍ଵାଲା ଏଇ ନିକଟରେ ଦୁବାଇରେ ୟୁଏଇ ପୁଲିସ୍‌ ହାତରେ ଗିରଫ ହୋଇଥିଲା। ଏକଥା ଜାଣିବା ପରେ ଅପରାଧୀ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ କୁଖ୍ୟାତ ଭାରତୀୟ ଆତଙ୍କବାଦୀ ଫାରୁକ୍‌ ଡେଭିଡ୍‌ଓ୍ଵାଲାକୁ ଭାରତ ଆଣିବା ପାଇଁ ସମସ୍ତ ପ୍ରକାରର କାଗଜପତ୍ର ପ୍ରସ୍ତୁତ କରି ଏକ ଦଳ ଦୁବାଇ ଯାଇଥିଲା। କାରଣ, ଭାରତରେ ଘଟାଇଥିବା ଅନେକ ସଙ୍ଗୀନ୍‌ ଅପରାଧରେ ସିଧାସଳଖ ସଂପୃକ୍ତ ଥିଲା ଫାରୁକ୍‌। ତେବେ, ଏ କଥା ଜାଣିବା ପରେ ଦାଉଦ୍‌ ଇବ୍ରାହିମ୍‌ ଅବିଳମ୍ବେ ପାକିସ୍ତାନର ସହାୟତା ନେଇ ଭାରତୀୟ ଆତଙ୍କବାଦୀ ତଥା ମୋଷ୍ଟଓ୍ଵାଣ୍ଟେଡ୍‌ ଫାରୁକ୍‌ ଡେଭିଡ୍‌ଓ୍ଵାଲା ଜଣେ ପାକିସ୍ତାନୀ ନାଗରିକ ବୋଲି ସମସ୍ତ ପ୍ରକାରର ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ତାହାରି ଜରିଆରେ ଫାରୁକ୍‌ ଡେଭିଡ୍‌ଓ୍ଵାଲାକୁ ପାକିସ୍ତାନ ନେଇ ପଳାଇଗଲା ଏବଂ ଭାରତୀୟ ଦଳ ଦୁବାଇରୁ ଖାଲି ହାତରେ ଫେରିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe