ବାୟୁସେନା ବିମାନ ସି-୧୭ରେ ଆଜି ଭାରତ ଫେରିଲେ ୨୦୫ଜଣ ଭାରତୀୟ

Advertisment
ବାୟୁସେନା ବିମାନ ସି-୧୭ରେ ଆଜି ଭାରତ ଫେରିଲେ ୨୦୫ଜଣ ଭାରତୀୟ

firstpost

ନୂଆଦିଲ୍ଲୀ: ବାୟୁସେନା ବିମାନ ସି-୧୭ରେ ଆଜି ଭାରତ ଫେରିଲେ ୨୦୫ଜଣ ଭାରତୀୟ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ଅଭିଯାନ ଜାରି ରହିଥିବା ବେଳେ ଆଜି ବାୟୁସେନା ବିମାନ ସି-୧୭ ୨୦୫ଜଣ ଭାରତୀୟ ନେଇ ସ୍ବଦେଶ ଫେରିଛି। ଏହି ବିମାନରେ ଆହତ ଛାତ୍ର ହରଜୋତ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ମଧ୍ୟ ଆସିଥିବା ଜଣାପଡ଼ିଛି।

କିବରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଫେବ୍ରୁଆରି ୨୭ରେ ହରଜୋତଙ୍କ ଦେହରେ ଗୁଳି ବାଜିଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଆଜି ସେ ଘରକୁ ଫେରିଛନ୍ତି। ଆହତଜଣକ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂଙ୍କ ସହ ସେ ଭାରତ ଫେରିଛନ୍ତି।

ହରଜୋତ ଦିଲ୍ଲୀର ଛତ୍ରପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ତାଙ୍କ ପରିବାର ସହିତ ସେଠାରେ ରୁହନ୍ତି। ସେ କିବର ଆନ୍ତର୍ଜାତୀୟ ୟୁରୋପୀୟ ବିଶ୍ୱବିଦ୍ୟାଳୟରେ ଏକ ଭାଷା ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା ସେତେବେଳେ ହରଜୋତ ସାଙ୍ଗମାନଙ୍କ ସହିତ ଏକ କ୍ୟାବରେ କିବରୁ ବାହାରି ଲ୍ବିବକୁ ଯାଉଥିଲେ। ଛାତିରେ ଗୋଟିଏ ଗୁଳି ସମେତ ଚାରିଟି ଗୁଳି ବାଜିବା ପରେ ବି ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଗୁଳି ବାଜିବା ସମୟର ଅନୁଭୂତି କହିବାକୁ ଯାଇ ହରଜୋତ କହିଥିଲେ ଯେ, ଆମେ କିବରୁ ଲ୍ବିବକୁ ଏକ କ୍ୟାବରେ ଯାଉଥିଲୁ। ଆମକୁ ବ୍ୟାରିକେଡରେ ଅଟକାଇ ଦିଆଯିବା ସହ ହଠାତ୍ ଗୁଳି ବର୍ଷା ହୋଇଥିଲା। ମୁଁ ଭାବିଲି ଏହା ହେଉଛି ମୋର ଶେଷ ଦିନ। ମୁଁ ଭଗବାନଙ୍କ ପାଇଁ ଆଜି ଜୀବିତ। ମୁଁ ଜାଣେ ନାହିଁ ମୁଁ ଯେଉଁ ଲୋକଙ୍କ ସହିତ ଥିଲି ସେମାନଙ୍କ ଜୀବିତ କି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe