ଦିନକରେ ୯୫ ହଜାରରୁ ଅଧିକ ସଂକ୍ରମିତ, ମୃତ୍ୟୁସଂଖ୍ୟା ୭୫ ହଜାର ଟପିଲା

Advertisment

ବିଶ୍ବରେ ମୃତ୍ୟୁ ୯ ଲକ୍ଷ ଟପିଲା

ବିଶ୍ବରେ ମୃତ୍ୟୁ ୯ ଲକ୍ଷ ଟପିଲା

ଦିନକରେ ୯୫ ହଜାରରୁ ଅଧିକ ସଂକ୍ରମିତ, ମୃତ୍ୟୁସଂଖ୍ୟା ୭୫ ହଜାର ଟପିଲା

English News Headlines

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୯୫ ହଜାର ୭୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୭୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମଣ ୪୪ ଲକ୍ଷ ଟପି ୪୪ ଲକ୍ଷ ୬୫ ହଜାର ୮୬୪ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୭୫ ହଜାର ଟପିଯାଇଛି । ଏବେ ଦେଶରେ ୯ ଲକ୍ଷ ୧୯ ହଜାର ୧୮ ସକ୍ରିୟ ମାମଲା ରହିଛି। ୩୪ ଲକ୍ଷ ୭୧ ହଜାର ୭୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବେ ବି ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ। ଗତକାଲି ମହାରାଷ୍ଟ୍ରରେ ୨୩ ହଜାର ୮୧୬ ନୂଆ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୬୭ ହଜାର ୩୪୯ରେ ପହଞ୍ଚିଛି। ତେବେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୭୩୪ ସକ୍ରିୟ ମାମଲା ରହିଛି।

୬ ଲକ୍ଷ ୮୬ ହଜାର ୪୬୨ ଜଣ କରୋନରୁ ସୁସ୍ଥ ହୋଇଛନ୍ତି। ତେବେ ଟେଷ୍ଟିଂ ବଢ଼ୁଥିବାରୁ ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଛି। ସେପ୍ଟେମ୍ବର ୯ ସୁଦ୍ଧା ଦେଶରେ ମୋଟ୍‌ ୫ କୋଟି ୨୯ ଲକ୍ଷ ୩୪ ହଜାର ୪୩୩ ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୧୧ ଲକ୍ଷ ୨୯ ହଜାର ୭୫୬ ନମୁନା ପରୀକ୍ଷା ହୋଇଛି। ସେପ୍ଟେମ୍ବର ଆରମ୍ଭରୁ ଦେଶରେ ଲଗାତାର ଦୈନିକ ପ୍ରାୟ ୧ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହେଉଛି। ତେବେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ୁଥିଲେ ମଧ୍ୟ ସମଗ୍ର ବିଶ୍ବରେ ଭାରତର ମୃତ୍ୟୁହାର ସବୁଠୁ କମ୍‌ ରହିଛି। କରୋନା ମୃତ୍ୟୁସଂଖ୍ୟା ବିଶ୍ବରେ ୯ ଲକ୍ଷ ଟପିଯାଇଛି। ୨ କୋଟି ୮୦ ଲକ୍ଷ ୫୫ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଆମେରିକାରେ ବିଶ୍ବର ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ଆମେରିକାରେ ୧ ଲକ୍ଷ ୯୦ ହଜାରରୁ ଅଧିକଙ୍କ କରୋନାରେ ମୃତ୍ୟୁ ହେଲାଣି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୭ ହଜାର ଟପିଯାଇଛି। କିନ୍ତୁ ଭାରତରେ ଏହା ପ୍ରାୟ ୭୪ ହଜାର ରହିଛି। ଭାରତ ଏବେ ବିଶ୍ବରେ ନୂଆ‌ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି। ଆମେରିକା ଏବଂ ବ୍ରାଜିଲ୍‌ରେ ଏବେ ଭାରତ ଅପେକ୍ଷା ଦୈନିକ ସଂକ୍ରମଣ କମ୍‌ ରହୁଛି। ବିଶ୍ବରେ ମୃତ୍ୟୁ ସଂଖ୍ୟା ୮ ଲକ୍ଷରୁ ୯ ଲକ୍ଷ ପହଞ୍ଚିବାପାଇଁ ୧୮ ଦିନ ଲାଗିଛି। ୭ ଲକ୍ଷରୁ ୮ ଲକ୍ଷ ମୃତ୍ୟୁସଂଖ୍ୟା ହେବାପାଇଁ ୧୭ ଦିନ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe