ସିଏଏ ମାମଲାରେ ଶୁଣାଣି ଆଜି, ହିଂସା ବନ୍ଦ ପାଇଁ କହିଲେ ସୁପ୍ରିମ୍‌ କୋର୍ଟ

କୋଭିଡ୍-୧୯ ରୋଗୀମାନଙ୍କ ପ୍ରତି ପଶୁଠାରୁ ବି ହୀନ ବ୍ୟବହାର କରାଯାଉଛି, ଆବର୍ଜନା ଗଦାରେ ଶବ ଫିଙ୍ଗାଯାଉଛି: ସୁପ୍ରିମ୍ କୋର୍ଟ

Image Courtesy of HT

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତ ବିଭିନ୍ନ ଆବେଦନ‌ ଏବଂ ଜାମିଆ ମିଲିଆ ଇସ୍‌ଲାମିୟା ସଂଘର୍ଷ ମାମଲାରେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବ। ତେବେ ଶୁଣାଣି ପୂର୍ବରୁ ହିଂସା ବନ୍ଦ କରିବାକୁ ସୁପ୍ରିମ୍‌ କୋର୍ଟ ଛାତ୍ରମାନଙ୍କୁ କହିଛନ୍ତି। ଯଦି ହିଂସା ଜାରି ରହିବ ଏବଂ ଲୋକଙ୍କ ସମ୍ପତ୍ତି ନଷ୍ଟ କରାଯିବ ତା’ହେଲେ ଏହି ମାମଲାରେ ଆମେ ଶୁଣାଣି କରିବୁ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡ଼େ କହିଛନ୍ତି। କେବଳ ଛାତ୍ର ବୋଲି ସେମାନେ ଆଇନ ଶୃଙ୍ଖଳାକୁ ନିଜ ହାତକୁ ନେଇ ହିଂସା ଘଟାଇ ପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ନାଗରିକତା ଆଇନ ସଂକ୍ରାନ୍ତ ବିଭିନ୍ନ ମାମଲାର ମଧ୍ୟ ଶୁଣାଣି ହେବ, କିନ୍ତି ଏଥିପାଇଁ ହିଂସା ବନ୍ଦ ହେବା ଅପରିହାର୍ଯ୍ୟ ବୋଲି ସୁପ୍ରିମ୍‌ କୋର୍ଟ ଚେତାଇ ଦେଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe