Evening Standard
ନୂଆଦିଲ୍ଲୀ: ବୌଦ୍ଧ ଗୁରୁ ଦଲାଇଲାମାଙ୍କ ଛାତି ସଂକ୍ରମଣ ଚିକିତ୍ସା ସରିଛି। ସେ ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପ୍ରବକ୍ତା ଗୁରୁବାର ସୂଚନା ଦେଇଛନ୍ତି। ୮୩ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇଲାମା ଦିଲ୍ଲୀର ମାକ୍ସ ହସ୍ପିଟାଲରେ ମଙ୍ଗଳବାର ଭର୍ତି ହୋଇଥିଲେ। ବୌଦ୍ଧଗୁରୁଙ୍କ ଜଣେ ସହଯୋଗୀଙ୍କ ସୂଚନା ମୁତାବକ ତାଙ୍କୁ ହାଲ୍କା କାଶ ହୋଇଥିଲା। ସେ ଆଜି ସୁସ୍ଥ ଅଛନ୍ତି ଏବଂ ବ୍ୟାୟାମ କରୁଛନ୍ତି। ଔଷଧ ଚାଲୁ ରହିବ ବୋଲି ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି।
Follow Us