ଆଜି ଅନ୍ତର୍ଜାତୀୟ ଖୁସି ଦିବସ : ଫିନ୍‌ଲାଣ୍ଡ୍‌ ବିଶ୍ବର ସବୁଠୁ ଖୁସି ରାଷ୍ଟ୍ର, ୧୩୯ତମ ସ୍ଥାନରେ ଭାରତ

Advertisment
ଆଜି ଅନ୍ତର୍ଜାତୀୟ ଖୁସି ଦିବସ : ଫିନ୍‌ଲାଣ୍ଡ୍‌ ବିଶ୍ବର ସବୁଠୁ ଖୁସି ରାଷ୍ଟ୍ର, ୧୩୯ତମ ସ୍ଥାନରେ ଭାରତ

TheTrentOnline

ନୂଆଦିଲ୍ଲୀ : ଫିନ୍‌ଲାଣ୍ଡ୍‌ ହେଉଛି ବିଶ୍ବର ସବୁଠୁ ଖୁସି ରାଷ୍ଟ୍ର। କେବଳ ଚଳିତ ବର୍ଷ ନୁହେଁ ଲଗାତାର ୪ ବର୍ଷ ଧରି ଫିନଲାଣ୍ଡ୍‌ ବିଶ୍ବର ଖୁସି ରାଷ୍ଟ୍ର ସୂଚକାଙ୍କରେ ପ୍ରଥମ ସ୍ଥାନରେ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ଖୁସି ଦିବସ ପୂର୍ବରୁ ଆଜି ପ୍ରକାଶ ପାଇଥିବା ’ ୱାର୍ଲଡ ହାପିନେସ୍‌ ରିପୋର୍ଟ’ରେ ଫିନଲାଣ୍ଡ୍‌ ପଛକୁ ଆଇସଲାଣ୍ଡ୍‌, ଡେନମାର୍କ, ସ୍ବିଜରଲାଣ୍ଡ୍‌ ଏବଂ ନେଦରଲାଣ୍ଡ୍‌ ରହିଛି। ଭାରତ ଏହି ତାଲିକାରେ ୧୩୯ତମ ସ୍ଥାନରେ ରହିଛି। ଜାତିସଂଘର ଏହି ସର୍ଭେ ରିପୋର୍ଟରେ ୧୪୯ ରାଷ୍ଟ୍ର ସାମିଲ ହୋଇଥିଲେ। ଗତବର୍ଷ ଭାରତ ବିଶ୍ବ ଖୁସି ସୁଚକାଙ୍କ ତାଲିକାରେ ୧୪୪ ସ୍ଥାନରେ ଥିଲା। ୨୦୨୧ରେ ପ୍ରକାଶିତ ବିଶ୍ବ ଖୁସି ରିପୋର୍ଟରେ ଭାରତ ପଛକୁ ବୁରୁଣ୍ଡି, ୟେମେନ୍‌, ତାଂଜାନିଆ, ହାଇତି, ମାଲାୱି, ଲେସୋଥୋ, ବୋଟ୍‌ସ୍ବାନା, ରାୱଣ୍ଡା, ଜିମ୍ବାୱେ ଏବଂ ଆଫଗାନିସ୍ତାନ ରହିଛି। ଏହି ତାଲିକାରେ ଆମେରିକା ୨୦, ରୁଷ୍‌ ୭୭ ଏବଂ ଚୀନ୍‌ ୮୫ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe