Image Courtesy of Zee News
ନୂଆଦିଲ୍ଲୀ: ଆସନ୍ତାକାଲି ସପ୍ତମ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରାଯିବ। ଏହି ଉପଲକ୍ଷେ ସୋମବାର ସକାଳେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଚଳିତ ବର୍ଷର ଯୋଗ କାର୍ଯ୍ୟକ୍ରମର ଥିମ୍ ରହିଛି ‘ଘରେ ଯୋଗ, ପରିବାର ସହିତ ଯୋଗ।’ ସକାଳ ୬.୩୦ରେ ଯୋଗ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ। ଅନ୍ତର୍ଜାତୀୟ ଯୋଗ ଦିବସ ୧୭୭ଟି ରାଷ୍ଟ୍ରରେ ପାଳନ ହେବ। କୋଭିଡ୍ ୧୯ ମହାମାରୀକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ଲାଗି ରହିଥିବା ବେଳେ ଶାରିରୀକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଗୁରୁତ୍ବ ବଢ଼ିଯାଇଛି।
Follow Us