ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ

Advertisment

ମହୀଶୂର ପ୍ୟାଲେସ ଯୋଗ ଦିବସ

ମହୀଶୂର ପ୍ୟାଲେସ ଯୋଗ ଦିବସ

ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ

jagran.com

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଛନ୍ତି। ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ, ବିଜେପିର ସମସ୍ତ ବିଧାୟକ, ଦଳୀୟ ନେତା ଏବଂ ୩୦୦୦ କେନ୍ଦ୍ର ସରକାରୀ କର୍ମଚାରୀ ମୋଦୀଙ୍କ ସହ ଯୋଗ କରିଛନ୍ତି ।୪୫ ମିନିଟ୍‌ ଧରି ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମ ବର୍ତ୍ତମାନ ଜାରି ରହିଛି।

publive-image ndtv

ସକାଳ ୫.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ୭.୪୫ ପର୍ଯ୍ୟନ୍ତ ଯୋଗ କରାଯାଉଛି। ଆୟୁଷ ମନ୍ତ୍ରାଳୟ ଏହି କାର୍ଯ୍ୟକ୍ରମ ପାଇଁ ୫.୭୫ କୋଟି ଖର୍ଚ୍ଚ କରିଛି। ଚଳିତ ବର୍ଷ ଯୋଗ ଦିବସ ଉତ୍ସବର ଥିମ୍‌ ରହିଛି ‘ଯୋଗ ଫର୍‌ ହ୍ୟୁମାନିଟି’ ଅର୍ଥତା ମାନବିକତା ଲାଗି ଯୋଗ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ କୋଟି ଲୋକ ଯୋଗ କରୁଛନ୍ତି । କାର୍ଯ୍ୟକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାର କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବି ଓଡ଼ିଶା ଗସ୍ତରେ ଥାଇ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe