ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ଡାକ୍ତରଙ୍କ କଳାଦିବସ ଆଜି

Advertisment
ପତଞ୍ଜଳୀର ୧୪ଟି ଉତ୍ପାଦ ଉପରେ କଟକଣା ଲଗାଇଲେ ଉତ୍ତରାଖଣ୍ଡ ସରକାର

Image Courtesy of Zee News

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ବିରୋଧରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ବିବୃତିକୁ ନେଇ ଡାକ୍ତରମାନେ କ୍ଷୁବ୍ଧ ହୋଇଛନ୍ତି। ରାମଦେବଙ୍କ ଅରୁଚିକର ମନ୍ତବ୍ୟକୁ ନିନ୍ଦା କରିବା ପାଇଁ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଆସୋସିଏସନ (ଏଫଓଆର୍‌ଡିଏ) ପକ୍ଷରୁ ଜୁନ୍ ୧ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ପାଇଁ କଳା ଦିବସ ପାଳନ ନିମନ୍ତେ ଆହ୍ବାନ ଦିଆଯାଇଛି। ଏଥିସହିତ ନୂଆଦିଲ୍ଲୀସ୍ଥିତ ଏମ୍‌ସର ରେସିଡେଣ୍ଟ ଡକ୍ଟର ଆସୋସିଏନ ପକ୍ଷରୁ ମଧ୍ୟ ଜୁନ ୧କୁ କଳାଦିବସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ମହାମାରୀ ଆଇନ ୧୮୯୭ ଅଧୀନରେ ରାମଦେବଙ୍କୁ ଗିରଫ କରିବା ାପଇଁ ମଧ୍ୟ ଏହି ସଂଘ ଦାବି କରିଛି।

ପୂର୍ବରୁ ଆଇଏମଏ ମଧ୍ୟ ରାମଦେବଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହିତ ତାଙ୍କୁ ୧୦୦୦ କୋଟି ଟଙ୍କାର ନୋଟିସ ପଠାଇଛି। ଦେଶରେ ବର୍ତ୍ତମାନ ପରିସ୍ଥିତିର ଫାଇବା ନେବାପାଇଁ ରାମଦେବ ଏଲୋପାଥି ଏବଂ ଆଧୁନିକ ଔଷଧ ସଂପର୍କରେ ଏଭଳି ବିବୃତି ଜାଣିଶୁଣି ଦେଉଛନ୍ତି ବୋଲି ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ଲେଖାଯାଇଥିବା ୧୪ ପୃଷ୍ଠାର ଚିଠିରେ ଉଲ୍ଲେଖ କରାଯାଇଥିଲା। ରାମଦେବଙ୍କ ମନ୍ତବ୍ୟ ସମ୍ବେଦନହୀନ ଏବଂ ଅପମାନଜନକ। ସ୍ବାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହା ହିଂସା ଉଦ୍ରେକ କରିପାରେ। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିଫଳ କରିଦେଇ ପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe