ଆଜି କ୍ବାଡ୍‌ ସମ୍ମିଳନୀ: ଭାରତ-ପ୍ରଶାନ୍ତ ନୂଆ ରଣନୀତି ଉପରେ ପୂରା ବିଶ୍ବର ନଜର

Advertisment
ଆଜି କ୍ବାଡ୍‌ ସମ୍ମିଳନୀ: ଭାରତ-ପ୍ରଶାନ୍ତ ନୂଆ ରଣନୀତି ଉପରେ ପୂରା ବିଶ୍ବର ନଜର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଆସନ୍ତାକାଲି ମୋଦୀ କ୍ବାଡ୍‌ ସମ୍ମିଳନୀରେ ଯୋଗ ଦେବେ। କ୍ବାଡ୍‌ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟ‌ରେ ସହଯୋଗ ସୁଦୃଢ଼ କରିବା ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ଥିବା ବେଳେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଭାରତ-ଜାପାନ-ଆମେରିକା-ଅଷ୍ଟ୍ରେିଲିଆର ନୂଆ ସାମରିକ ନୀତି ମଧ୍ୟ ନିର୍ଦ୍ଧାରଣ ହେବ। ଚୀନ୍‌ର ମୁକାବିଲା ପାଇଁ ଏହି ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି ଏବଂ ଏହା ଉପରେ ପୂରା ବିଶ୍ବର ନଜର ରହିଛି। ମୋଦୀଙ୍କ ସହିତ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବା‌ଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ ଯୋଗ ଦେବେ। କ୍ବାଡ୍‌ରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଜାପାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଟୋକିଓ ଗସ୍ତ କରିଥିବା ମୋଦୀ ବାଇଡେନ୍‌, କିଶିଡ଼ା ଏବଂ ଆଲ୍‌ବାନିଜ୍‌ଙ୍କ ସହ ପୃଥକ ଭାବେ ଦ୍ବିପାକ୍ଷିକ ବୈଠକ କରିବେ। ମୋଦୀ ଆଜି ଜାପାନ୍‌ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଟୋକିଓ ହୋଟେଲ୍‌ ବାହାରେ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିବା ଶିଶୁମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ପିଲାମାନଙ୍କ ସହ କଥା ହେବା ସମୟ‌ରେ ମୋଦୀ ଜଣେ କୁନି ଝିଅର ଡ୍ରଇଂ ଦେଖିଥିଲେ ଏବଂ ତାଙ୍କ ପାଇଁ ଏକ ଅଟୋଗ୍ରାଫ୍‌ ସାଇନ୍‌ କରିଥିଲେ। ଏହାପରେ ମୋଦୀ ଭାରତର ଜାତୀୟ ପତାକା ଆଙ୍କିଥିବା ଜଣେ ବାଳକଙ୍କ ସହ କଥା ହୋଇଥିଲେ। ଉକ୍ତ ବାଳକ ହିନ୍ଦୀରେ ଖୁବ୍‌ ପ୍ରାଞ୍ଜଳ ଭାବେ କଥା ‌ହେଉଥିବାରୁ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ। ହିନ୍ଦୀ ସେ କେଉଁଠାରୁ ଶିଖିଲେ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe