ଆଜି ବିଶ୍ବ ଖବରକାଗଜ ବିତରକ ଦିବସ : ଖରା-ବର୍ଷା‌ରେ ଘରେ ଘରେ ବୁଲି ଖବର ବାଣ୍ଟୁଥିବା ଯୋଦ୍ଧା

ନିଉୟର୍କର ବ୍ଲାନି ଥିଲେ ବିଶ୍ବର ପ୍ରଥମ ହକର

ଆଜି ବିଶ୍ବ ଖବରକାଗଜ ବିତରକ ଦିବସ : ଖରା-ବର୍ଷା‌ରେ ଘରେ ଘରେ ବୁଲି ଖବର ବାଣ୍ଟୁଥିବା ଯୋଦ୍ଧା

NorthEast Now

କଟକ: ବର୍ଷା, ଖରା, ଶୀତ ଏପରିକି ମହାମାରୀ କରୋନା ଏମାନଙ୍କୁ ଅଟକାଇ ପାରିନାହିଁ। କୌଣସି ଯୋଦ୍ଧାଙ୍କ ଠାରୁ ଏମାନେ କମ ନୁହନ୍ତି। ବର୍ଷ ଯାକ ସବୁ ସମୟରେ ସେମାନେ ପ୍ରସ୍ତୁତ ଥାନ୍ତି ଲୋକଙ୍କ ଘରେ ଖବର କାଗଜ ପହଞ୍ଚାଇବାକୁ। ପରୋକ୍ଷରେ ଖବର ବାଣ୍ଟିବାକୁ। ଘର ଦାଣ୍ତରେ ଖବର କାଗଜ ପଡିବା ପରେ ଅନେକ ଲୋକଙ୍କର ନିଦ ଭାଙ୍ଗିଥାଏ। ଭୋର ୪ ଟାରୁ ଏମାନଙ୍କର କାମ ଆରମ୍ଭ ହୋଇ ଦିନ ୧୦ଟା ଯାଏ ଚାଲିଥାଏ। କରୋନା ଭଳି ମହାମାରୀ ସମୟରେ ସହରର ଗଳକନ୍ଦି ଓ ପ୍ରତି ଘର ବୁଲି ଖବର କାଗଜ ଦେଉଥିବାବେଳେ ଏକ ସମୂର୍ଣ୍ଣ କରୋନା ଯୋଦ୍ଧାର ଭୂମିକାରେ ଏମାନେ ଅବତୀର୍ଣ୍ଣ ହୋଇଛନ୍ତି।

ଲୋକଙ୍କ ପାଖରେ ଦେଶ‌ବିଦେଶର ଖବର ପହଞ୍ଚାଇବା ସହ ସମସ୍ତ ପ୍ରକାରର ଖବର ଓ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଉଥିବା ବେଳେ ଏମାନଙ୍କ ପ୍ରତି ସରକାରଙ୍କର କିନ୍ତୁ ଦୃଷ୍ଟି ପଡ଼ି ନାହିଁ। ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ଓ ସମ୍ମାନିତ କରାଇବାକୁ ମଧ୍ୟ ସରକାର ଭୁଲି ଯାଇଛନ୍ତି। ଏମାନଙ୍କ ଦ୍ବାରା ସୂଚନା ଓ ସଚେତନତାର ବାର୍ତ୍ତା ବାଣ୍ଟିବା ସହଜ ହେଉଛି। କିନ୍ତୁ ଏମାନଙ୍କୁ କୌଣସି ପ୍ରକାର ସ୍ବତନ୍ତ୍ର ସାହାଯ୍ୟ ଅଥବା ସହଯୋଗ ଦିଆଯାଉ ନାହିଁ। ବିଶେଷ ଭାବେ କରୋନା ସମୟରେ ଏମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଏମାନଙ୍କ ପ୍ରତି ଅବହେଳା ନ କରି ସ୍ବତନ୍ତ୍ର ମାନ୍ୟତା ଦେବାର ସମୟ ଆସିଛି। ସେହିଭଳି ଏହାସହ ଯୋଡି ହୋଇ ରହିଛି ଆଇନଷ୍ଟାଇନ୍, ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ଭଳି ବ୍ୟକ୍ତିଙ୍କ ନାମ।

publive-image

୨୦୧୩ ମସିହାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୪ ତାରିଖକୁ ଖବରକାଗଜ ବିତରକ ଦିବସ ଭାବେ ବିଶ୍ବବ୍ୟାପୀ ପାଳନ କରାଯାଉଛି। ଖବରକାଗଜ ବିତରକଙ୍କ ସେବା ବାବଦରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ବିଶ୍ବର ପ୍ରଥମ ଖବରକାଗଜ ବିତରକଙ୍କ ନାମ ବ୍ଲାନି ପ୍ଲାହାଟି। ୧୮୮୩ରେ ବ୍ଲାନିଙ୍କୁ ଯେତେବେଳେ ୧୦ବର୍ଷ ବୟସ ହୋଇଥିଲା 'ଦି ମ୍ୟୁଜିୟମ ଅଫ ଦି ସିଟି ଅଫ ନ୍ୟୁୟର୍କ' ପକ୍ଷରୁ ତାଙ୍କୁ ଘରଘର ବୁଲି ଖବରକାଗଜ ବିତରଣ ପାଇଁ ନିଯୁକ୍ତ କରାଯାଇଥିଲା। ସେହି ଐତିହାସିକ ନିଯୁକ୍ତି ପାଇଁ 'ଦି ସନ୍‌' ରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।

ବ୍ଲାନିଙ୍କ ସହ ଅନ୍ୟ କେତେଜଣ ଏଥିପାଇଁ ଆବେଦନ କରିଥିଲେ। ତାଙ୍କୁ ବେଞ୍ଜାମିନ୍‌ ଡେ ମନୋନୀତ କରିଥିଲେ। ପରଦିନ ହିଁ ନ୍ୟୁୟର୍କ ରାଜରାସ୍ତାରେ ଲୋକେ ପ୍ରଥମ ଥର ଶୁଣିଥିଲେ ତାଙ୍କ ଚିତ୍କାର; ପେପର ପେପର...ଗେଟ୍‌ ୟୋର ପେପର ହିୟର..। ଏହି ଦିନ ବ୍ଲାନିଙ୍କ ସ୍ମୃତିକୁ ମଧ୍ୟ ବହନ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ବହୁ ପ୍ରସିଦ୍ଧ ବ୍ୟକ୍ତି ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ଆଇଜାକ୍‌ ଆସିମୋଭ, ମାର୍ଟିନ ଲୁଥର କିଙ୍ଗ ଜୁନିଅର, ଜେମ୍‌ସ ଜାଗ୍‌ନି, ‌ୱାରେନ ବଫେଟ୍‌, ୱାଲ୍‌ଟି ଡିଜିନି, ଅଭିନେତା ଟମ୍‌ କ୍ରୁଜ୍‌, ଜନ୍‌‌ ୱେନ୍‌ ଆଦି ଶୈଶବରେ ଖବରକାଗଜ ବିତରକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe