ଆଜି ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୨୪% ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା, ୨୨% କୋଟିପତି

Advertisment
ଆଜି ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୨୪% ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା, ୨୨% କୋଟିପତି

Hindustan Times

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବା‌ଚନ ଆସନ୍ତାକାଲି ହେବ। ପଞ୍ଚମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୧୬ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ଆସନ୍ତା ୨୩ ତାରିଖରେ ଭୋଟ୍‌ ଗଣତି ହେବ। ୨୯ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷରୁ ଅଧିକ ଭୋଟର। ପଞ୍ଜମ ପର୍ଯ୍ୟ‌ାୟ‌ରେ ଥିବା ହାଇ ପ୍ରୋଫାଇଲ୍‌ ପ୍ରାର୍ଥୀମାନେ ହେଉଛନ୍ତି ରାଜ୍‌ ପଲିୱାର, ଲୁଇସ୍‌ ମାରାଣ୍ଡି ଏବଂ ରନଧୀର ସିଂହ। କଂଗ୍ରେସ-ଜେଏମଏମ୍‌ -ଆରଜେଡି) ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ୍‌ ଡୁମ୍‌କା ଏବଂ ବାରହେଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି। ସମୁଦାୟ ୨୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ଜଣ ତଥା ୨୪ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ୪୨ ଜଣ ଗୁରୁତର ଅପରାଧିକ ମାମଲା ସାମ୍ନା କରୁଛନ୍ତି । ୫୧ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ଏଡିଆର ତଥ୍ୟ ଅନୁଯାୟୀ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୨୪ କୋଟି। ତେବେ ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମୁଦାୟ ୧୨୧୬ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସେମାନଙ୍କ ବିରୋଧରୋ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ତେବେ ଏଥି ମଧ୍ୟରୁ ୧୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe