ଆଜି ଶପଥ ନେବେ ଜଷ୍ଟିସ୍ ରଞ୍ଜନ ଗୋଗଇ:୪୬ତମ ପ୍ରଧାନ ବିଚାରପତି ‌ ହେବେ

Advertisment
ଆଜି ଶପଥ ନେବେ ଜଷ୍ଟିସ୍ ରଞ୍ଜନ ଗୋଗଇ:୪୬ତମ ପ୍ରଧାନ ବିଚାରପତି ‌ ହେବେ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ସୁପ୍ରିମ୍ କୋର୍ଟ ବିଚାରପତିି ଜଷ୍ଟିସ୍ ରଞ୍ଜନ ଗୋଗଇ ଆସନ୍ତାକାଲି ଦେଶର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ୨୦୧୯ ନଭେମ୍ବର ୧୭ରେ ଜଷ୍ଟିସ୍ ଗୋଗଇ ଅବସର ଗ୍ରହଣ କରିବେ। ଜ‌ଷ୍ଟିସ୍ ମିଶ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଥିବା ବେଳେ ଆହୁରି ଅନେକ ମହତ୍ତ୍ବପୂର୍ଣ୍ଣ ମାମଲାର ରାୟ ବାକି ରହିଛି। ଜଷ୍ଟିସ୍ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ବିଚାର କରି ରାୟ ପ୍ରକାଶ କରିବେ। ଯଦିଓ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି, ଅାଗକୁ କିଭଳି ମାମଲାର ପରିଚାଳନା କରାଯିବ ତାହା ତାଙ୍କ ଉପରେ ନିର୍ଭର କରୁଛି। ତାଙ୍କ ପାଇଁ ଆଗକୁ ଅନେକ ଆହ୍ବାନ ରହିଛି।ଅଳ୍ପରେ ଜଷ୍ଟିସ୍ ଗୋଗଇ
ଜନ୍ମ: ୧୯୫୪ ନଭେମ୍ବର ୧୮, ଦିବ୍ରୁଗଡ଼, ଆସାମ
କ୍ୟାରିୟର: ୧୯୭୮ରେ ଗୌହାଟୀ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ରେ ଗୌହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହେଲେ। ୨୦୧୦ ସେପ୍ଟେମ୍ବର ୯ରେ ପଂଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥି‌େଲ। ୨୦୧୧ ଫେବ୍ରୁଆରି ୧୨ରେ ପଂଜାବ ଓ ହରିୟାଣା ହାଇାକୋର୍ଟର ମୁଖ୍ୟ ବିଚାରପତି ହେଲେ। ଏହି ପଦରେ ପାଖାପାଖି ୧ ବର୍ଷ ପାଇଁ ରହିଲେ। ୨୦୧୨ ଏପ୍ରିଲ୍ ୧୩ରେ ଜଷ୍ଟିସ୍ ଗୋଗଇ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe