ଆଜି ବି ହୋଇପାରିଲାନି ସମାଧାନ

Advertisment

ସୁପ୍ରିମକୋର୍ଟ ବିବାଦ

ସୁପ୍ରିମକୋର୍ଟ ବିବାଦ

ଆଜି ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ସମାଧାନ ଆଜି ହୋଇଯିବ ବୋଲି ପୂର୍ବରୁ ଅନେକ କଳ୍ପନା ଜଳ୍ପନା କରାଯାଇଥିଲା। ମାତ୍ର ଆଜି ବି ଏହି ମହାବିବାଦର ସମାଧାନ ସୂତ୍ର ବାହାରି ପାରିନାହିଁ। ପ୍ରତି ବୁଧବାର ସୁପ୍ରିମକୋର୍ଟର ବିଚାରପତିମାନେ ଏକା ସାଙ୍ଗରେ ମଧ୍ୟାହ୍ନ ଭୋଜନ କରିବାର ପରମ୍ପରା ରହିଛି। ତେଣୁ ଆଜି ମଧ୍ୟାହ୍ନ ଭୋଜନ ଭିତରେ କିଛି ନା କିଛି ସମାଧାନ ବାହାରିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଜଷ୍ଟିସ୍‌ ଚେଲମେଶ୍ୱର ଆଜି ଛୁଟିରେ ଥିବାରୁ ଏହି ଆଲୋଚନା ହୋଇପାରିନାହିଁ।  ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ବିବାଦର ଅବସାନ ପାଇଁ ଗତକାଲି ବନ୍ଦ କୋଠରିରେ ଜଷ୍ଟିସ୍‌ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, କୁରିୟନ୍‌ ଜୋସେଫ ଓ ମଦନ ବି ଲୋକୁରଙ୍କ ସହ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe