ଆଜିଠୁ ଜନତାଙ୍କ ପାଇଁ ଖୋଲା

Advertisment
ଆଜିଠୁ ଜନତାଙ୍କ ପାଇଁ ଖୋଲା

ନୂଆଦିଲ୍ଲୀ: ଗୁଜରାଟର ନର୍ମଦା ସରୋବର ଡ୍ୟାମ୍‌‌େର ଗଢ଼ିଉଠିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କର ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଗୁଜରାଟର ପର୍ଯ୍ୟଟନ କ୍ଷେତ୍ରକୁ ଶକ୍ତି ଯୋଗାଇବ। ଏମିତି କି ଭାରତୀୟ ଅର୍ଥନୀତି ପାଇଁ ମଧ୍ୟ ଏହା ଲାଭଦାୟକ ହେବ ବୋଲି କୁହାଯାଉଛି। ତେବେ ବିଶ୍ବର ଏହି ଉଚ୍ଚତମ ପ୍ରତିମୂର୍ତ୍ତିକୁ ପାଖରୁ ଦେଖିବା ପାଇଁ ଜନସାଧାରଣଙ୍କୁ ଆସନ୍ତାକାଲିଠାରୁ ସୁଯୋଗ ମିଳିବ। ସର୍ଦ୍ଦାର ପଟେଲ୍‌ଙ୍କ ଏହି ପ୍ରତିମାକୁ ଦେଖିବା ପାଇଁ ଦେଶବିଦେଶର କୋଣ ଅନୁକୋଣରୁ ବିପୁଳ ସଂଖ୍ୟକ ପର୍ଯ୍ୟଟକ ଆସିବାକୁ ଥିବାରୁ ମୂର୍ତ୍ତିର ପାରିପାର୍ଶ୍ବିକ ଅଞ୍ଚଳକୁ ମଧ୍ୟ ବିକଶିତ କରାଯାଇଛି। ଏଠାରେ ଏକ ଅନନ୍ୟ ତଥା ବୃହତ୍ ପର୍ଯ୍ୟଟନ ପରିସଂସ୍ଥା ସୃଷ୍ଟି କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ପ୍ରତିମୂର୍ତ୍ତିକୁ ଲାଗି ଏକ ବିଶାଳ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଏହି କମ୍ପ୍ଲେକ୍ସରେ ଗୁଜରାଟ ସରକାର ଏକ ତିନିତାରକା ହୋଟେଲ୍‌ ତୋଳାଇଛନ୍ତି। ଏଠାରେ ଏକ ସପିଂ ମଲ୍‌ ଏବଂ ଏକ ଗବେଷଣା କେନ୍ଦ୍ର ମଧ୍ୟ ରହିଛି। ପର୍ଯ୍ୟଟକମାନଙ୍କୁ ୪୦୦ ଫୁଟ ଉପରକୁ ନେଇଯିବାକୁ ଏକ ଏଲିଭେଟର୍‌ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ପଟେଲ୍‌ଙ୍କ ପ୍ରତିମୂର୍ତ୍ତିକୁ ପରିବ୍ୟାପ୍ତ ପ୍ରାକୃତିକ ଶୋଭାରାଜି ସହିତ ଦେଖାଯାଇ ପା‌ରିବ। ଏଠାରେ ସ୍ବତନ୍ତ୍ର ଭାବେ ଏକ ସେଲ୍‌ଫି ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଆସନ୍ତାକାଲିଠାରୁ ଏହି ପର୍ଯ୍ୟଟନସ୍ଥଳୀ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଖୋଲା ରହିବ। ଏଠାରେ ଟିକେଟ୍‌ ମୂଲ୍ୟ ବ୍ୟକ୍ତି ପିଛା ୩୫୦ ଟଙ୍କା ରଖାଯାଇଛି। ୩ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଏହା ମାଗଣା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe