ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ମହାମେଣ୍ଟ ଗଠନ ସଂକ୍ରାନ୍ତ ଘୋଷଣା ଆସନ୍ତାକାଲି ହେବ। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମହାମେଣ୍ଟ ନେଇ ଘୋଷଣା କରିବେ। ଏଥିରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍ଏଲ୍ଡି)କୁ ମଧ୍ୟ ସାମିଲ କରାଯିବ ବୋଲି ଜଣାପଡ଼ିଛି। କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଗଠନ ହୋଇଥିବା ଏହି ମହାମେଣ୍ଟରେ ଆସନ ବୁଝାମଣା ମଧ୍ୟ ଚୂଡ଼ାନ୍ତ ହୋଇଥିବା ବିଏସ୍ପି ସୂତ୍ରରୁ ଜଣାପଡ଼ିଛି। ତେବେ ଆସନ୍ତାକାଲି ହିଁ ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ୬ଟି ଆସନ ଦାବି କରୁଥିବା ଆରଏଲ୍ଡି ଜିଦ୍ରେ କାଏମ ରହିଥିବାରୁ ଆଜି ରାତି ସୁଦ୍ଧା ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅଖିଳେଶ କହିଛନ୍ତି। ମାୟାବତୀ କହିଛନ୍ତି ଯେ ଆର୍ଏଲ୍ଡିକୁ ଅତି ବେଶୀରେ ୩ଟି ଆସନ ହିଁ ଛଡ଼ାଯିବ।
ୟୁପି ମହାମେଣ୍ଟ ଘୋଷଣା ଆଜି
Advertisment
Follow Us