୪୭୫ ଆସନରେ ମତଦାନ ଆଜି: ୩ ରାଜ୍ୟ, ୧ କେନ୍ଦ୍ରଶାସିତ ଅଞ୍ଚଳରେ ସରିବ ଭୋଟ୍‌

Advertisment

୨ ଲୋକସଭା ଆସନରେ ଉପନିର୍ବାଚନ, ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ, ୩୧ ଆସନରେ ୧୪୪ ଧାରା

୨ ଲୋକସଭା ଆସନରେ ଉପନିର୍ବାଚନ, ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ, ୩୧ ଆସନରେ ୧୪୪ ଧାରା

୪୭୫ ଆସନରେ ମତଦାନ ଆଜି: ୩ ରାଜ୍ୟ, ୧ କେନ୍ଦ୍ରଶାସିତ ଅଞ୍ଚଳରେ ସରିବ ଭୋଟ୍‌

moneycontrol.com

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ପାଇଁ ଚାଲିଥିବା ନିର୍ବାଚନର ସବୁଠୁ ବଡ଼ ପର୍ଯ୍ୟାୟ ଭୋଟ ମଙ୍ଗଳବାର ହେବ। ମୋଟ ୪୭୫ଟି ଆସନରେ ମତଦାନ ହେବ। ପଶ୍ଚିମବଙ୍ଗରେ ତୃତୀୟ, ଆସାମରେ ଚୂଡ଼ାନ୍ତ, ତାମିଲନାଡ଼ୁ, କେରଳ, ପୁଡୁଚେରୀରେ ଗୋଟିଏ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନରେ ଭୋଟ ହେବ। ହାଓଡ଼ା, ହୁଗୁଳି ଏବଂ ଦକ୍ଷିଣ ୨୪ ପ୍ରଗଣାର ୭୮.୫ ଲକ୍ଷ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତା ସ୍ବପନ ଦାସଗୁପ୍ତା, ତୃଣମୂଳ ମନ୍ତ୍ରୀ ଅସୀମା ପାତ୍ର ଏବଂ ସିପି(ଏମ୍‌) ନେତା କାନ୍ତି ଗାଙ୍ଗୁଲି। ଶାନ୍ତିପୂର୍ଣ୍ଣ ଭୋଟ୍‌ ଗ୍ରହଣ ପାଇଁ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମତଦାନ ହେବାକୁ ଥିବା ୧୦,୮୭୧ ବୁଥ୍‌ରେ ୬୧୮ କମ୍ପାନି ସିଏପିଏଫ୍‌ ମୁତୟନ କରାଯାଇଛି। ଏହିସବୁ ବୁଥ୍‌କୁ ‘ସମ୍ବେଦନଶୀଳ’ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍‌। ଏଥିସହିତ ଏସବୁ ଆସନ ଅଞ୍ଚଳରେ ନିର୍ବାଚନ କମିସନ ୧୪୪ ଧାରା ଲାଗୁ କରିଛନ୍ତି। ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନରେ ମୋଟ ୩,୯୯୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଠାରେ ମୁଖ୍ୟତଃ ଶାସକ ଦଳ ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ଇଦାପାଡ଼ି କେ ପାଲାନିସ୍ବାମୀ ଏବଂ ବିରୋଧୀ ଡିଏମ୍‌କେର ଏମ୍‌ କେ ଷ୍ଟାଲିନ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ।

କେରଳର ମୋଟ ୧୪୦ଟି ଆସନରେ ୨.୭୪ କୋଟି ଭୋଟର୍‌ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ ଏଲ୍‌ଡିଏଫ୍‌ ଏବଂ ବିରୋଧ ୟୁଡିଏଫ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବ। ୧୯୮୦ ମସିହାରୁ ଏହି ଦୁଇ ଦଳ ପର୍ଯ୍ୟାୟକ୍ରମେ ସରକାର ଗଠନ କରି ଆସୁଛନ୍ତି। ଚଳିତ ନିର୍ବାଚନ ପାଇଁ ଉଭୟ ଦଳ ବ୍ୟାପକ ପ୍ରଚାର, ମାରାଥନ୍‌ ରୢାଲି ଏବଂ ଆଖିଦୃଶିଆ ରୋଡ୍‌ ସୋ’ କରିଛନ୍ତି। ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ରେ ଆସନ୍ତାକାଲି ୧୨ଟି ଜିଲ୍ଲାର ୪୦ ଆସନରେ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ବିଜେପି ମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ। ପୁଡୁଚେରୀର ମୋଟ ୩୦ଟି ଆସନରେ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦,୦୪,୫୦୭ ଭୋଟର୍‌। ଏଥିସହିତ ତାମିଲନାଡ଼ୁର କନ୍ୟାକୁମାରୀ ଏବଂ କେରଳ ମାଲାପୁରମ ଲୋକସଭାରେ ଆସନରେ ଆସନ୍ତାକାଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe