ଆଜିର ଯୁବବର୍ଗ ଅସ୍ଥିରତା, ଗୋଳମାଳ ଏବଂ ପରିବାରବାଦ ପସନ୍ଦ କରନ୍ତି ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଆଜିର ଯୁବବର୍ଗ ଅସ୍ଥିରତା, ଗୋଳମାଳ ଏବଂ ପରିବାରବାଦ ପସନ୍ଦ କରନ୍ତି ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ଆଜିର ଯୁବବର୍ଗ ଅସ୍ଥିରତା, ଗୋଳମାଳ ଏବଂ ପରିବାରବାଦ ପସନ୍ଦ କରନ୍ତି ନାହିଁ ବୋଲି ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ନୂଆ ବର୍ଷ ଓ ନୂଆ ଦଶନ୍ଧି ଲାଗି ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଆଗାମୀ ଦଶନ୍ଧିରେ ଆଧୁନିକୀକରଣ ଏବଂ ବିକାଶରେ ଭାରତର ଯୁବସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆଜିର ଯୁବବର୍ଗ ଅନେକ ପ୍ରକାରର ସମସ୍ୟା ଉପରେ ମତାମତ ଦେଉଛନ୍ତି। ଏହାକୁ ମୁଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛି। ଆଜିର ଯୁବବର୍ଗ ଅପସନ୍ଦ କରୁଥିବା ବିଷୟ ହେଉଛି- ଅସ୍ଥିରତା, ଗୋଳମାଳ ଏବଂ ପରିବାରବାଦ।

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯୁବାର ଅର୍ଥ ଶକ୍ତି ଓ ଗତିଶୀଳତା। ସେ କହିଲେ: ମୁଁ ଯୁବପୀଢ଼ିରେ ବିଶ୍ୱାସ କରେ, ସେମାନଙ୍କ ଭିତରୁ ମୋ କର୍ମୀମାନେ ବାହାରିବେ। ସେମାନେ ସିଂହମାନଙ୍କ ପରି ସବୁ ସମସ୍ୟାର ସମାଧାନ କରି ପକାଇବେ।

publive-image Image Courtesy of The Times of India

ଆମେ କନ୍ୟାକୁମାରୀରେ ‘ବିବେକାନନ୍ଦ ଶିଳା ସ୍ମାରକୀ’ ସ୍ଥାପନ କରିବାର ୫୦ ବର୍ଷ ପାଳନ କଲେଣି। ‘ବିବେକାନନ୍ଦ ଶିଳା ସ୍ମାରକୀ’ ବୁଲିଯିବାକୁ ମୁଁ ଯୁବବର୍ଗଙ୍କୁ କହୁଛି।

ଦେଶର ଅଗ୍ରଗତି ଓ ବିକାଶ ନିମନ୍ତେ ଯୁବବର୍ଗଙ୍କ ଅବଦାନ ନିମନ୍ତେ ମୋଦୀ ବିଭିନ୍ନ ଉପାୟ ବତାଇବା ସହ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାସ୍ଥିତ ଭୈରବଗଞ୍ଜ ସ୍ୱାସ୍ଥ୍ୟ କେନ୍ଦ୍ର କଥା ଆଲୋଚନା କରିଥିଲେ। ସେଠାକୁ ଆଖପାଖ ଗାଁଗଣ୍ଡାରୁ ହଜାର ହଜାର ଲୋକ ଆସି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଛନ୍ତି। କିନ୍ତୁ ତାହା ସରକାରୀ କାର୍ଯ୍ୟକ୍ରମ କି, ଯୋଜନା ନୁହେଁ। ସ୍ଥାନୀୟ କେ ଆର୍‌ ହାଇସ୍କୁଲ୍‌ ପୁରାତନ ଛାତ୍ର ସମ୍ମିଳନୀ ‘ସଙ୍କଳ୍ପ ୯୫’ ଏହାର ଆୟୋଜନ କରୁଛି।

ଜମ୍ମୁ, କଶ୍ମୀର ଏବଂ ଲଦାଖରେ ଅଭିନବ ଉପକ୍ରମ ‘ହିମାୟତ୍‌’ ଯୁବବର୍ଗଙ୍କ ଜୀବନଧାରା ପରିବର୍ତ୍ତନ କରୁଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଲେ। ସ୍କୁଲ୍‌ କିଂବା କଲେଜ ଶିକ୍ଷା ସମାପ୍ତ କରି ନ ଥିବା କି, ଶିକ୍ଷାନୁଷ୍ଠାନରୁ ବାହାରି ଯାଇଥିବା ବ୍ୟକ୍ତିମାନଙ୍କର କୌଶଳ ବିକାଶ ଏବଂ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଲାଗି ‘ହିମାୟତ୍‌’ ସହାୟକ ହେଉଛି।

publive-image Image Courtesy of The Times of India

ଭାରତର ସ୍ୱାଧୀନତା ପାଇଁ କଠୋର ପରିଶ୍ରମ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଯେତେ ପାରି ସେତେ ସ୍ଥାନୀୟ ସାମଗ୍ରୀ ଖରିଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପୁଣି ଥରେ କହିଛନ୍ତି।

‘ଆଷ୍ଟ୍ରୋନମି’ ବା ‘ମହାକାଶ ଶାସ୍ତ୍ର’ ବିଷୟରେ ପ୍ରଥମ କରି ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି। ଆଷ୍ଟ୍ରୋନମିରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ସେ ପ୍ରଶଂସା କରିଛନ୍ତି।

ଗତ ଛଅ ମାସର ସଂସଦୀୟ ଅଧିବେଶନ ଫଳପ୍ରଦ ହୋଇଥିବା କଥା କହି ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରଚେଷ୍ଟା ନିମନ୍ତେ ସମସ୍ତ ଦଳ ଏବଂ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe