ହାଇଦ୍ରାବାଦ: ମଙ୍ଗଳବାର ଦିନ ନେହେରୁ ଜୁଲୋଜିକାଲ୍ ପାର୍କରେ ଗୋଟିଏ ବ୍ୟାଟେରି ଚାଳିତ ଗାଡ଼ି ଧକ୍କା ଖାଇ ଜଣେ ଦୁଇ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।
ପିତାମାତା ଓ ଅନ୍ୟାନ୍ୟ ଆତ୍ମୀୟଙ୍କ ସହ ପିଲାଟି ଚିଡ଼ିଆଖାନାକୁ ଆସିଥିଲା। ଗାଡ଼ି ଧକ୍କା ହେବା ବେଳେ ସେ ଖେଳୁଥିଲା। ସେତେବେଳେ ତା’ର ଆତ୍ମୀୟସ୍ୱଜନମାନେ ମଧ୍ୟାହ୍ନ ଭୋଜନ ଖାଇ ଜିନିଷପତ୍ର ପ୍ୟାକିଙ୍ଗ୍ କରୁଥିଲେ।
ତାକୁ ତୁରନ୍ତ ପ୍ରିନ୍ସେସ୍ ଦୁରୁ ଶେହଓ୍ଵାର ଚିଲ୍ଡ୍ରେନ୍ସ୍ ଆଣ୍ଡ୍ ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଘୋଷଣା କରାଯାଇଥିଲା।
ବାହାଦୁରପୁର ଥାନାରେ ଉକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ଏତଲା ଦିଆଯାଇଛି।
ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us