ଉତ୍ତର କୋରିଆ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷିତ ରହିବାକୁ ଟୋକିଓରେ ମକ୍‌-ଡ୍ରିଲ୍‌

Advertisment
ଉତ୍ତର କୋରିଆ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷିତ ରହିବାକୁ ଟୋକିଓରେ ମକ୍‌-ଡ୍ରିଲ୍‌

Image Courtesy of TOI

ଟୋକିଓ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପର ଠାରୁ ଆଜି ପ୍ରଥମ ଥର ପାଇଁ ଜାପାନ୍‌ର ରାଜଧାନୀରେ ଚାଲିଥିଲା ସାମରିକ ଆକ୍ରମଣରୁ ବର୍ତ୍ତିବା ସକାଶ ମକ୍‌-ଡ୍ରିଲ୍‌।

ଟୋକିଓସ୍ଥିତ ଏକ ପ୍ରମୋଦ ଉଦ୍ୟାନରେ ଅନୁଷ୍ଠିତ ହୋଇଥିବା ମକ୍‌-ଡ୍ରିଲ୍‌ରେ ଶହ ଶହ ବାସିନ୍ଦା ଆକ୍ରମଣରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଧାଇଁ ଯାଇଥିଲେ। ତେଣେ ଡାକବାଜି ଯନ୍ତ୍ରରୁ ଶୁଭୁଥିଲା ଭୟାବହ ଚେତାବନୀ: କ୍ଷେପଣାସ୍ତ୍ର ଆକ୍ରମଣ ହେଉଛି ବୋଲି ଆମକୁ ସୂଚନା ମିଳିଛି। ଦୟାକରି କୋଠାଘର ଭିତରକୁ ବା ଭୂତଳ କୋଠରିକୁ ଚାଲି ଯାଆନ୍ତୁ।

ଉଦ୍ୟାନର ଜଣେ କର୍ମଚାରୀ କ୍ଷେପଣାସ୍ତ୍ର ପଡୁଛି, କ୍ଷେପଣାସ୍ତ୍ର ପଡୁଛି ବୋଲି ଚିତ୍କାର କରି ଦୌଡୁଥିବାବେଳେ ସ୍ଥାନୀୟ ୨୫୦ ଜଣ ବାସିନ୍ଦା ଏବଂ ଅଫିସ୍‌ କର୍ମଚାରୀମାନେ ନିକଟସ୍ଥ ସବ୍‌େଓ୍ଵ ଷ୍ଟେସନ୍‌ରେ ଥିବା ଦୃଢ଼ କଂକ୍ରିଟ୍‌ କୋଠାଘର ଭିତରକୁ ଧାଇଁ ଯାଇଥିଲେ।

କିଛି ମିନିଟ୍‌ ପରେ ଡାକବାଜି ଯନ୍ତ୍ରରେ ଦ୍ୱିତୀୟ ବାର୍ତ୍ତା ବାଜି ଉଠିଲା: କ୍ଷେପଣାସ୍ତ୍ର ଅତିକ୍ରମ କରି ଯାଇଛି। କାଣ୍ଟୋ ଅଞ୍ଚଳ ଉପର ଦେଇ ବୋଧହୁଏ କ୍ଷେପଣାସ୍ତ୍ର ପ୍ରଶାନ୍ତ ମହାସାଗରକୁ ଚାଲିଯାଇଛି।

publive-image Image Courtesy of Times Live

ଭୂମିକମ୍ପ ପ୍ରବଣ ଜାପାନରେ ଲୋକେ ପ୍ରାକୃତିକ ବିପର୍ଯୟ, ଅଗ୍ନକାଣ୍ଡ ଆଦି ବିପତ୍ତିରୁ ବର୍ତ୍ତିବା ପାଇଁ ବାର୍ଷିକ ଇଭାକ୍ୱେସନ୍‌ ଡ୍ରିଲ୍‌ କରନ୍ତି। ଏହି ଅଭ୍ୟାସ ସମଗ୍ର ଜାପାନ୍‌ରେ ଚାଲେ। ସ୍କୁଲ୍‌, ଅଫିସ୍‌ ଓ କେୟାର୍‌ ହୋମ୍‌ ମଧ୍ୟ ଏଥିରେ ଅଂଶ ଗ୍ରହଣ କରନ୍ତି।

କିନ୍ତୁ, ଉତ୍ତର କୋରିଆ କ୍ଷେପଣାସ୍ତ୍ର ଆକ୍ରମଣ କରିବ ଓ ସେଥି ନିମନ୍ତେ ମକ୍‌-ଡ୍ରିଲ୍‌ କରାଯିବା କଥା ହେଉଛି ଏକ ନୂଆ ପରିକଳ୍ପନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe