ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମାଲଥୌନ ଟୋଲ ପ୍ଲାଜାର ଜଣେ କର୍ମଚାରୀ ଖାଦ୍ୟ ଖାଉଥିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ସାଗର- ଗୁଜରେ ଜାତୀୟ ରାଜପଥ ନମ୍ବର-୪୪ରେ ଥିବା ମାଲଥୌନ ଟୋଲ ପ୍ଲାଜାରେ ଉଦଲ ଯାଦବ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଡିୟୁଟି ସମୟରେ ଭୋକ ଲାଗିବାରୁ ସେ ଖାଇବାକୁ ବସିଥିଲେ। ଖାଉଖାଉ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡିୟୁଟିରେ ତାଙ୍କୁ ଆସିବା ନଦେଖି ଆଉ ଜଣେ ଗାର୍ଡ ସେ ଖାଉଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ଉଦଲ ଖାଇବା ଥାଳି ସହିତ ଟେବୁଲ ଉପରେ କାନ୍ଥକୁ ଆଉଜି ଚୁପଚାପ ବସିଛନ୍ତି। ଉକ୍ତ ଗାର୍ଡ ଯେମିତି ଉଦଲଙ୍କ ଶରୀରରେ ହାତ ମାରିଥିଲେ ସେ ଟଳି ପଡିଥିଲେ।
/sambad/media/post_attachments/wp-content/uploads/2023/02/୯୮୭୮-300x187.jpg)
ଗାର୍ଡ ସଙ୍ଗେସଙ୍ଗେ ଏ ସମ୍ପର୍କରେ ଅନ୍ୟ କର୍ମଚାରୀଙ୍କୁ ସୂଚନା ଦେବା ସହିତ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଉଦଲଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକେ କହୁଛନ୍ତି, ‘ବାସ୍ତବରେ ମଣିଷ ଜୀବନ ପାଣି ଫଟକା ଭଳି। କେତେବେଳେ କ’ଣ ହେବ କେହି କହି ପାରିବେ ନାହିଁ।’ ଆଉ ଜଣେ ଲେଖିଛନ୍ତି, ‘ଏମିତି ବି ଆସେ ମୃତ୍ୟୁ’।
ଉଦଲଙ୍କ ଦୁଇଟି ସନ୍ତାନ ଅଛନ୍ତି। ଯାହାଙ୍କ ନିକଟରେ ବିବାହ ହୋଇଯାଇଥିବା ସୂଚନା ମିଳିଛି।
Follow Us