ମୁମ୍ବାଇ: ମହାରାଷ୍ଟ୍ରର ସମୃଦ୍ଧି ରାଜପଥରେ ଥିବା ସିନ୍ନର ଟୋଲପ୍ଲାଜାରେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ଭଙ୍ଗାରୁଜା କରିଛନ୍ତି | ମିଳିଥିବା ସୂଚନା ମୁତାବକ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ର କର୍ମୀମାନେ ସିନ୍ନର ଟୋଲପ୍ଲାଜାକୁ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି | ରାଜ ଠାକରେଙ୍କ ପୁଅ ତଥା ଏମଏନଏସ ନେତା ଅମିତ ଠାକରେଙ୍କୁ ଅଧ ଘଣ୍ଟା ଧରି ଟୋଲ ଗେଟ୍ରେ ଅଟକାଇବା ପରେ କ୍ରୋଧିତ କର୍ମୀମାନେ ଏହି ଭଙ୍ଗାରୁଜା ଘଟାଇଥିଲେ। ଏହି ଭଙ୍ଗାରୁଜାରେ ଟୋଲପ୍ଲାଜା କ୍ଷତିଗ୍ରସ୍ତ ହୋଇଛି।
କୁହାଯାଉଛି ଯେ ୨୨ ଜୁଲାଇ ସନ୍ଧ୍ୟାରେ ଅମିତ ଠାକରେ ଅହମ୍ମଦନଗରରୁ ସିନ୍ନର ଅଭିମୁଖେ ଯାଉଥିଲେ। ତେବେ ଅମିତ ଠାକରେଙ୍କ କାରର ଫାସଟ୍ୟାଗ ସମସ୍ୟା ଥିବାରୁ ତାଙ୍କୁ ଟୋଲପ୍ଲାଜା କର୍ମଚାରୀ ଯିବାକୁ ଦେଇନଥିଲେ | ଅମିତ ପ୍ରାୟ ଅଧଘଣ୍ଟା ଧରି ସିନ୍ନର ଟୋଲ ପ୍ଲାଜାରେ ଅଟକି ରହିଥିଲେ | ଏହା ପରେ ଏମଏନଏସର କର୍ମୀମାନେ ଟୋଲପ୍ଲାଜାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ | ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ଅମିତଙ୍କ ଗାଡିର ଫାସଟ୍ୟାଗ ବ୍ଲାକଲିସ୍ଟେଡ଼ ହୋଇଥିବାରୁ ତାହା କାମ କରିନଥିଲା | ଆଉ ଅମିତଙ୍କ କାରକୁ ଗେଟ୍ ନମ୍ବର ୨ ରେ ଅଟକାଯାଇଥିଲା | ଏହି କାରଣରୁ କର୍ମୀମାନେ ଉତ୍ତେଜିତ ହୋଇ ଟୋଲ ପ୍ଲାଜା ଉପରେ ଭଙ୍ଗାରୁଜା କରିଥିଲେ ।
Follow Us