ରାହୁଳ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଆସନ୍ତାକାଲି ପ୍ରକ୍ରିୟା ଆରମ୍ଭ କରିବ କଂଗ୍ରେସ

Advertisment
ରାହୁଳ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଆସନ୍ତାକାଲି ପ୍ରକ୍ରିୟା ଆରମ୍ଭ କରିବ କଂଗ୍ରେସ

Image Courtesy of TOI

ନୂଆଦିଲ୍ଲୀ: ଆସନ୍ତାକାଲି ରାହୁଳ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ ନିମନ୍ତେ ପଦୋନ୍ନତି ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କଂଗ୍ରେସ ଓ୍ଵାର୍କିଙ୍ଗ୍‌ କମିଟି ସୋମବାର ଦିନ ନିର୍ବାଚନ ନିମନ୍ତେ ସମୟ ନିର୍ଘଣ୍ଟ ସ୍ଥିର କରିବ ବୋଲି ଆଶା କରାଯାଉଛୁ। ଫଳତଃ, ଡିସେମ୍ବର ପ୍ରଥମ ସପ୍ତାହରେ ତାଙ୍କୁ ଦଳର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଯିବ।

ବିଶେଷ ସୂତ୍ରରୁ ପ୍ରକାଶ, ଏ ସପ୍ତାହର ଆଦ୍ୟରେ ଦଳର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣ କମିଟିର ଏକ ବୈଠକ ବସାଇବା ପାଇଁ ଦଳର ନେତୃତ୍ୱ ତାହାର ଯୋଜନା ନବୀକରଣ କରିଥିଲା ଏବଂ ତାହା ଶନିବାର ଦିନ ଚୂଡ଼ାନ୍ତ ହୋଇଥିଲା। ବୈଠକର ଆଜେଣ୍ଡା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇ ନ ଥିଲେ ମଧ୍ୟ ଦଳର ଭିତିରି ଲୋକେ କହୁଛନ୍ତି ଯେ ସଙ୍ଗଠନୀୟ ନିର୍ବାଚନ ସମାପନ କରିବା ବ୍ୟତୀତ ଦଳର ମନରେ ଅନ୍ୟ କୌଣସି ବଡ଼ କଥା ନାହିଁ।

ଦଳର ସମ୍ବିଧାନ ଅନୁସାରେ, ଚାଲିଥିବା ଅଭ୍ୟନ୍ତରୀଣ ନିର୍ବାଚନର ଅନ୍ତିମ ଚରଣ, ଦଳର ଅଧ୍ୟକ୍ଷ ନିର୍ବାଚନ କରାଇବାକୁ ପ୍ରସ୍ତୁତ କାର୍ଯ୍ୟ ନିର୍ଘଣ୍ଟ କଂଗ୍ରେସ ଓ୍ଵାର୍କିଙ୍ଗ୍‌ କମିଟିର ଅନୁମୋଦନ ହାସଲ କରିବା ଆବଶ୍ୟକ।

ରାହୁଳ ଗାନ୍ଧୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ କୌଣସି ପ୍ରତିଦ୍ୱନ୍ଦୀ ଥିବା ଭଳି ଜଣାପଡୁ ନାହିଁ। ଗୁଜୁରାଟ ନିର୍ବାଚନ ଶିଖରରେ ଥିବା ସତ୍ତ୍ୱେ ତାଙ୍କ ନିମନ୍ତେ ନିର୍ବାଚନ ଆୟୋଜିତ ହେବ। ରାହୁଳ ଗାନ୍ଧୀ କଂଗ୍ରେସର ପଞ୍ଚମ ନେହରୁ-ଗାନ୍ଧୀ ମୁଖ୍ୟ ହେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe