ନୂଆଦିଲ୍ଲୀ: ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଅକ୍ଟୋବର ୨ ବୁଧବାର ଦିନ ଘଟିବ । କନ୍ୟା ରାଶି ଏବଂ ହସ୍ତା ନକ୍ଷତ୍ରରେ ଏହି ସୂର୍ଯ୍ୟପରାଗ ଘଟିବ।
ସୂର୍ଯ୍ୟପରାଗ ଅକ୍ଟୋବର ୨ରେ ରାତି ୯ଟା ୧୩ରୁ ରେ ଆରମ୍ଭ ହେବ ଏବଂ ଭୋର୍ ୩ ଟା ୧୭ରେ ରେ ଶେଷ ହେବ। ସୂର୍ଯ୍ୟପରାଗର ମଧ୍ୟ କାଳ ରାତି ୧୨ଟା ୧୫ରେ ହେବ।
ଏହି ସମୟ ମଧ୍ୟରେ ଚନ୍ଦ୍ର ସୂର୍ଯ୍ୟଙ୍କଠାରୁ ଛୋଟ ଦେଖାଯିବ ଏବଂ 'ରିଙ୍ଗ ଅଫ୍ ଫାୟାରର ଚମତ୍କାର ଦୃଶ୍ୟ ଦେଖାଯିବ। ଏହାର ଅର୍ଥ ସୂର୍ଯ୍ୟକିରଣ ଏକ ଅନ୍ଧାର କେନ୍ଦ୍ରରେ ଦୃଶ୍ୟମାନ ହେବ ଯାହା ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିବ।
ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ। ଏହା ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍, ଆର୍କଟିକ୍, ଆଣ୍ଟାର୍କଟିକା, ଆର୍ଜେଣ୍ଟିନା, ଉରୁଗୁଏ, ବୁଏନୋସ୍ ଆଇରିସ୍, ବେକା ଆଇଲ୍ୟାଣ୍ଡ, ଫ୍ରେଞ୍ଚ ପଲିନେସିଆ ମହାସାଗର, ଉତ୍ତର ଆମେରିକାର ଦକ୍ଷିଣ ଭାଗ, ଫିଜି, ନ୍ୟୁ ଚିଲି, ବ୍ରାଜିଲ, ମେକ୍ସିକୋ ଏବଂ ପେରୁର କିଛି ସ୍ଥାନରେ ଦୃଶ୍ୟମାନ ହେବ।
Follow Us