‘ବିବାହର ୪ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇପାରୁ ନଥିଲି, ଭଗବାନଙ୍କ କୃପାରୁ ଏକାଠି ୪ସନ୍ତାନକୁ ଦେଲି ଜନ୍ମ’: ମା’

Advertisment
‘ବିବାହର ୪ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇପାରୁ ନଥିଲି, ଭଗବାନଙ୍କ କୃପାରୁ ଏକାଠି ୪ସନ୍ତାନକୁ ଦେଲି ଜନ୍ମ’: ମା’

ନୂଆଦିଲ୍ଲୀ: ରାଜସ୍ଥାନର ଟୋଙ୍କରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ଜଣେ ମହିଳା ଏକାଠି ୪ଜଣ ସନ୍ତାନକୁ ଜନ୍ମ ନେଇ ଚର୍ଚ୍ଚାକୁ ଆସିଛନ୍ତି। ୪ଟି ସନ୍ତାନକୁ ଜନ୍ମ ଦେଇଥିବା ପ୍ରସୂତି ତଥା ନବଜାତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି।

ବଜିରପୁରା ଗ୍ରାମରେ ବସବାସ କରୁଥିବା ଉକ୍ତ ପ୍ରସୂତିଙ୍କ ବିବାହ ୪ବର୍ଷ ପୂର୍ବରୁ ହୋଇଥିଲା। ଏହି ଖୁସିର ମୁହୂର୍ତ୍ତକୁ ନେଇ ପ୍ରସୂତି କହନ୍ତି, ‘ମୁଁ ଗର୍ଭବତୀ ହେବାପାଇଁ ଅନେକ ଦିନରୁ ଚେଷ୍ଟା କରୁଥିଲି। ବିବାହକୁ ୪ବର୍ଷ ପୂରିଥିଲେ ହେଁ ମୁଁ ଗର୍ଭବତୀ ହୋଇପାରୁ ନଥିଲି। ଏହି କାରଣରୁ ସବୁବେଳେ ଚିନ୍ତାରେ ରହୁଥିଲି।

ଆଜି ମୋତେ ଯେଉଁ ଖୁସି ମିଳିଛି ତାହା ଭଗବାନଙ୍କ ଆର୍ଶୀବାଦ ପାଇଁ ସମ୍ଭବ ହୋଇପାରିଛି। ତାଙ୍କରି କୃପାରି ମୁଁ ଏକାଥରକେ ୪ଜଣ ସନ୍ତାନକୁ ଜନ୍ମ ଦେବାର ସୌଭାଗ୍ୟପ୍ରାପ୍ତ କରିପାରିଛି। ୪ଜଣ ସନ୍ତାନଙ୍କ ମଧ୍ୟରୁ ଦୁଇଜଣ କନ୍ୟା ଓ ଦୁଇଜଣ ପୁତ୍ର ସନ୍ତାନ ଅଛନ୍ତି। ସମସ୍ତେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।’

ଏହି ଘଟଣାକୁ ନେଇ ଡାକ୍ତର ଶାଲିନୀ କହିଛନ୍ତି, ପ୍ରସୂତି ୨ମାସର ଅନ୍ତସତ୍ତ୍ବା ଥିବା ବେଳେ ତାଙ୍କ ଗର୍ଭରେ ୪ଟି ଭୃଣ ବିକଶିତ ହେଉଛନ୍ତି ବୋଲି ଜଣାପଡ଼ିଥିଲା। ୪ମାସ ବେଳକୁ ପ୍ରସୂତିଙ୍କ ଗର୍ଭପାତର ଭୟ ରହିଥିଲା। ଏହି କାରଣରୁ କିଛି ଉପାୟକୁ ଆପଣାଇ ତାଙ୍କ ଗର୍ଭାଶୟକୁ ବନ୍ଦ କରି ଦିଆଯାଇଥିଲା। କେବଳ ପରୀକ୍ଷା ସମୟରେ ହଁ ତାକୁ ଖୋଲା ଯାଇଥାଏ। ୧୦ଲକ୍ଷ ଗର୍ଭବତୀଙ୍କ ଭିତରେ ଜଣଙ୍କ ‌‌‌କ୍ଷେତ୍ରରେ ଏମିତି ଘଟଣା ଦେଖିବାକୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe