ମୋ‌ତେ ଟାର୍ଗେଟ କରାଯାଇ ବାରମ୍ବାର ମୋ ଗାଡ଼ିକୁ ଧକ୍କା କରାଯାଇଥିଲା: ଇନ୍‌ଫ୍ଲୁଏନ୍ସର

Advertisment

ଏସ୍‌ୟୁଭିର ଡ୍ରାଇଭର ମୋ କାରକୁ ବାରମ୍ବାର ଧକ୍କା ଦେଉଥିଲେ। ପ୍ରଥମ ଥର ପାଇଁ ମୁଁ ଭାବିଥିଲି ଏହା ଭୁଲ୍‌ବଶତଃ ହୋଇଛି, କିନ୍ତୁ ମୋତେ ପୁଣି ଟାର୍ଗେଟ କରାଯାଇଥିଲା ବୋଲି କହିଲେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର।

ଏସ୍‌ୟୁଭିର ଡ୍ରାଇଭର ମୋ କାରକୁ ବାରମ୍ବାର ଧକ୍କା ଦେଉଥିଲେ। ପ୍ରଥମ ଥର ପାଇଁ ମୁଁ ଭାବିଥିଲି ଏହା ଭୁଲ୍‌ବଶତଃ ହୋଇଛି, କିନ୍ତୁ ମୋତେ ପୁଣି ଟାର୍ଗେଟ କରାଯାଇଥିଲା ବୋଲି କହିଲେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର।

New Project (2)

ମୁମ୍ବ‌ାଇ: ରାଜନେତାଙ୍କ ଦୁର୍ଦାନ୍ତ ପୁଅର କଳା କାରନାମା ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବକ ଜଣକ ମଦ୍ୟପ‌ାନ କରି ଜଣେ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଗାଡ଼ି ଉପରେ ଗାଡ଼ି ଚଢ଼ାଇ ଦେବା ସହ ଇନ୍‌ଫ୍ଲୁଏନ୍ସରଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ଏବେ ନିଜର ମତ ରଖିଛନ୍ତି ଇନ୍‌ଫ୍ଲୁଏନ୍ସର ଜଣକ। ସେ କହିଛନ୍ତି କି ତାଙ୍କ କାର୍‌କୁ ଅଜଣାତରେ ନୁହେଁ; ବରଂ ଜାଣି ଜାଣି ଟାର୍ଗେଟ କରାଯାଇଥିଲା। 

ଗଣମାଧ୍ୟମରେ ନିଜର ମନ୍ତବ୍ୟ ରଖି ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେ କହିଛନ୍ତି, ‘‘ଏସ୍‌ୟୁଭିର ଡ୍ରାଇଭର ମୋ କାରକୁ ବାରମ୍ବାର ଧକ୍କା ଦେଉଥିଲେ। ପ୍ରଥମ ଥର ପାଇଁ ମୁଁ ଭାବିଥିଲି ଏହା ଭୁଲ୍‌ବଶତଃ ହୋଇଛି, କିନ୍ତୁ ମୋତେ ପୁଣି ଟାର୍ଗେଟ କରାଯାଇଥିଲା। ମୁଁ ସେତେବେଳେ ନିଶ୍ଚିତ ନଥିଲି ଯେ ମୋତେ ଅନୁସରଣ କରାଯାଉଛି କି ନାହିଁ। ମୁଁ ମୋ ଘର ପାଖରେ ଏକ ଛୋଟ ଲେନ୍ ଭିତରକୁ ପ୍ରବେଶ କଲି। ଯେଉଁଥିରେ କେବଳ ଗୋଟିଏ କାର ଯାଇପାରିବ। ସେହି ଲେନ୍‌କୁ ମୋ ଗାଡ଼ି ପଶିବା ପରେ ମୋ କାରକୁ ଟାର୍ଗେଟ କରିବା ଆହୁରି ସହଜ ହୋଇଗଲା। ମୁଁ ମୋ ଡ୍ରାଇଭରଙ୍କୁ ପଚାରିଲି ଯେ ଆମ କାର ଲକ୍ ଅଛି କି ନାହିଁ ଏବଂ ତା'ପରେ ଦୁଇଜଣ କନଷ୍ଟେବଳଙ୍କୁ ଦେଖି ସାହାଯ୍ୟ ମାଗିଲି। ସେ ଦୁହେଁ ମୋ କାର୍‌ରେ ବସିବା ପରେ ବି ମୋ କାର୍‌କୁ ପୁଣି ଧକ୍କା ଦିଆଗଲା। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏତେ ପିଇଥିଲେ ଯେ ନିଜେ ଅର୍ଦ୍ଧନଗ୍ନ ଅଛନ୍ତି ବୋଲି ଜାଣି ପାରୁନଥିଲେ।’’

ତା’ପରେ ପୁଲିସ୍‌ କାର୍‌ ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସତ୍ତ୍ବେ ବି ସେ ଅଟକିନଥିଲେ। ପୁଲିସ୍‌ ବହୁ କଷ୍ଟରେ ଅଟକାଇ ତାଙ୍କୁ ଚାବି ମାଗିବାରୁ ସେ ଦେବାକୁ ମନା କରି ଦେଇଥଲେ ବୋଲି ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଯୁବକ ଜଣକ ହେଉଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା ଜାଭେଦ ଶେଖଙ୍କ ପୁଅ ରାହିଲ ଜାଭେଦ ଶେଖ। ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe