ୟୁପିରେ ବିପୁଳ ବିଜୟ ହାସଲ କରିଥିବା ୧୦ ପ୍ରାର୍ଥୀ

ୟୁପିରେ ବିପୁଳ ବିଜୟ ହାସଲ କରିଥିବା ୧୦ ପ୍ରାର୍ଥୀ

ନୂଆଦିଲ୍ଳି : ଉତ୍ତରପ୍ରଦେଶରେ ବିଜେପି ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଛି। ବିଜେପିର ଅନେକ ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଛନ୍ତି। ସୁନିଲ କୁମାର ଶର୍ମା ସାହିବାବାଦ ଆସନରୁ ୨.୧୪ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ପଙ୍କଜ ସିଂହ ନଏଡ଼ା ଆସନରୁ ୧.୮୧ ଲକ୍ଷ ଭୋଟ୍‌ ବ୍ୟବଧାନରେ, ମିରଟ୍‌ କାଣ୍ଟ୍‌ରୁ ଅମିତ ଅଗ୍ରୱାଲ୍‌ ୧.୧୮ ଲକ୍ଷ ଭୋଟ୍‌ ବ୍ୟବଧାନରେ, ପୁରୁ‌ଷୋତ୍ତମ ଖଣ୍ଡେଲୱାଲ୍‌ ଆଗ୍ରା ଉତ୍ତରରୁ ୧.୧୨ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ମେହରୋନି ଆସନରୁ ମନୋହର ଲାଲ୍‌ ୧.୧ ଲକ୍ଷ ଭୋଟ୍‌ରେ ଜିତିଛନ୍ତି, ମଥୁରାର ଶ୍ରୀକାନ୍ତ ଶର୍ମା ୧.୦୮ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ରାମରତନ କୁଶୱାହା ଲଳିତପୁର ଆସନରେ ୧.୦୭ ଲକ୍ଷ ଭୋଟ୍‌ ବ୍ୟବଧାନରେ, ଅତୁଲ ଗର୍ଗ ଗାଜିଆବାଦରୁ ୧.୦୫ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର (ଅର୍ବାନ୍‌)ରୁ ୧,୦୩,୩୯୦ ଏବଂ ଅଞ୍ଜୁଲା ସିଂହ ମହୌର ହାଥରାସରେ ୧ ଲକ୍ଷ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe