ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପୁଲିସ ଉପ କମିଶନର୍‌ ନିଲମ୍ବିତ

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପୁଲିସ ଉପ କମିଶନର୍‌ ନିଲମ୍ବିତ

ଗୌହାଟି : ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଗତ ୧୭ ତାରିଖରେ ଗୌହାଟିରେ ଥିବା କାମାକ୍ଷା ମନ୍ଦିରକୁ ଆସିଥିଲେ। ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ସହିତ ତାଙ୍କ ପତ୍ନୀ ବି ସେଠାକୁ ଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟିଥିଲା।

ଏହି ମାମଲାରେ ଗୌହାଟି ପଶ୍ଚିମ ପୁଲିସ ଉପ କମିସନ୍‌ ଉଁଓ୍ଵର ଲାଲ୍‌ ମୀନାଙ୍କୁ ନିଲମ୍ବିତ କରାଯାଇଛି। ଆସାମ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୀନାଙ୍କ ବିରୋଧରେ ଅଲ ଇଣ୍ଡିଆ ସର୍ଭିସେସ୍‌ ୧୯୬୯ ନିୟମ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି। ଏହି ନିର୍ଦ୍ଦେଶନାମାରେ ଗୃହ ବିଭାଗର ଶାସନ ସଚିବ ଦୀପକ ମଜୁମଦାରଙ୍କ ଦସ୍ତଖତ ରହିଛି।

ସେ କହିଛନ୍ତି ଯେ,ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ କାମାକ୍ଷା ମନ୍ଦିର ଦର୍ଶନ ସମୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିଲା। ରଂଜନ ଗୋଗୋଇ ହେଉଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୪୬ ତମ ପ୍ରଧାନ ବିଚାରପତି। ନିଲମ୍ବନ ପରେ ଭଁଓ୍ଵର ଲାଲ୍‌ ମୀନା ଆସାମ ପୁଲିସ ମୁଖ୍ୟାଳୟରେ ରହିବେ ଓ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ ବୋଲି ବି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe