କୋଲକାତା ଆର୍‌ଜି କର ମେଡଲିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ ମାମଲା: ପଶ୍ଚିମବଙ୍ଗ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଲେ କୋର୍ଟ

Advertisment
କୋଲକାତା ଆର୍‌ଜି କର ମେଡଲିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ ମାମଲା: ପଶ୍ଚିମବଙ୍ଗ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଲେ କୋର୍ଟ

ନୂଆଦିଲ୍ଳୀ: କୋଲକାତା ଆର୍‌ଜି କର ମେଡଲିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ ମାମଲା ପ୍ରତିଦିନ ନୂଆ ନୂଆ ମୋଡ଼ ନେଉଛି।  ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିବା ସହ ଟ୍ରେନି ଡାକ୍ତରଙ୍କ ନିର୍ଦ୍ଦୟ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।

"ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଟ୍ରେନି ଡାକ୍ତରଙ୍କୁ ହତ୍ୟା କରାଯାଇଛି ଏବଂ ରାତି ୧୧.୪୫ ରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଡାକ୍ତରଖାନାର ଅଧିକାରୀମାନେ କଣ କରୁଥିଲେ?" ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ୩୧ ବର୍ଷିୟା ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିବା ବେଳେ ସାରା ଦେଶରେ ଡାକ୍ତରଙ୍କ ବିରୋଧ ଓ ଧର୍ମଘଟ ଆରମ୍ଭ ହୋଇଛି। ସଞ୍ଜୟ ରୟ ନାମକ ଜଣେ ନାଗରିକ ସ୍ୱେଚ୍ଛାସେବୀଙ୍କୁ ଗୋଟିଏ ଦିନ ପରେ କୋଲକାତା ପୁଲିସ ଗିରଫ କରିଥିଲା।

କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, "ପ୍ରିନ୍ସିପାଲ୍ କଣ କରୁଥିଲେ? ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏଫ୍ଆଇଆର୍ ଦାଖଲ କରାଯାଇ ନଥିଲା କାହିଁକି? ମୃତଦେହ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ କ’ଣ କରୁଛି? ଏକ ଗୁରୁତର ଅପରାଧ ଘଟିଛି।’’

ସୁପ୍ରିମକୋର୍ଟ ଆହୁରି ବି କହିଛନ୍ତି ଯେ ‘‘ଡାକ୍ତର ଏବଂ ମହିଳା ଡାକ୍ତରଙ୍କ ସୁରକ୍ଷା ଜାତୀୟ ସ୍ୱାର୍ଥର ବିଷୟ। ଏଥିରେ କିଛି ପଦକ୍ଷେପ ନିଆଯିବା ପାଇଁ ଦେଶ ଅନ୍ୟ ଦୁଷ୍କର୍ମ ମାମଲାକୁ ଅପେକ୍ଷା କରିପାରିବ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe