ନୂଆଦିଲ୍ଲୀ: ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ଗଢିବା ପାଇଁ ଛାତ୍ରଛାତ୍ରୀମାନେ ବିଦେଶରେ ପଢ଼ିବାର ସ୍ୱପ୍ନ ଦେଖନ୍ତି। କିନ୍ତୁ ଆର୍ଥିକ ଅଭାବ ଅନଟନ ଯୋଗୁଁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇପାରେ ନାହିଁ। କିନ୍ତୁ ଏବେ ଛାତ୍ରଛାତ୍ରୀଙ୍କ ବିଦେଶରେ ପଢ଼ିବାର ସ୍ବପ୍ନ ସତ ହେବାକୁ ଯାଉଛି। କାରଣ ବିଦେଶରେ ଥିବା ଅନେକ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏବେ ଭାରତରେ ନିଜର କ୍ୟାମ୍ପସ ଖୋଲିବାକୁ ଯୋଜନା କରୁଛନ୍ତି। ଏଠାରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ଖୁବ ସହଜରେ ପାଇପାରିବେ।
ମିଳିଲା ୟୁଜିସିର ଅନୁମତି
ଅନେକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁଜିସି ଅନେକ ବିଶ୍ୱବିଦ୍ୟାଳୟକୁ ଅନୁମତି ପ୍ରଦାନ କରିଛି। ଏଥିରେ 'University of New South Wales', 'University of Liverpool', ଏବଂ 'University of York' ଭଳି ପ୍ରମୁଖ ନାମ ଅନ୍ତର୍ଭୁକ୍ତ ରହିଛି। ଏହି କ୍ୟାମ୍ପସଗୁଡ଼ିକ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।
କେଉଁଠି ନିର୍ମାଣ ହେବ କେଉଁ ବିଶ୍ବବିଦ୍ୟାଳୟ?
ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆମେରିକାରେ ରହିଥିବା ବେଳେ ମୁମ୍ବାଇରେ କ୍ୟାମ୍ପସ୍ ଖୋଲିବାକୁ ଯାଉଛି। ସେହିପରି ଲଣ୍ଡନରେ 'University of Liverpool' ରହିଥିବା ବେଳେ ଏହାର କ୍ୟାମ୍ପସ ବେଙ୍ଗାଲୁରୁରେ ଖୋଲିବ ବୋଲି ଜଣାପଡ଼ିଛି। ଯଦି ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟ ଏବଂ ଓ୍ବେଷ୍ଟନ ସିଡନୀ ବିଶ୍ୱବିଦ୍ୟାଳୟ କଥା କହିବା ତେବେ ଅଷ୍ଟ୍ରେଲିଆରେ ରହିଥିବା ଏହି ବିଶ୍ୱବିଦ୍ୟାଳୟ ଯଥାକ୍ରମେ ଦିଲ୍ଲୀ ଏବଂ ଗ୍ରେଟର ନୋଏଡା ତାର କ୍ୟାମ୍ପସ ଖୋଲିବ। ଲଣ୍ଡନରେ ରହିଥିବା ପ୍ରମୁଖ ୩ଟି ବିଶ୍ବବିଦ୍ୟାଳୟ ୟର୍କ ବିଶ୍ୱବିଦ୍ୟାଳୟ, ଏବରଡିନ୍ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମୁମ୍ବାଇରେ ଖୋଲିବ ବୋଲି ଜଣାପଡ଼ିଛି ।
UGC ଦେଲା ସବୁଜ ସଙ୍କେତ
ଦେଶରେ କ୍ୟାମ୍ପସ ଖୋଲିବା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉତ୍ସାହିତ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି ଭାରତ ସରକାର। ଏଥିପାଇଁ UGC ଦେଶରେ କ୍ୟାମ୍ପସ ଖୋଲିବା ପାଇଁ ଅନେକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟକୁ ଅନୁମତି ପ୍ରଦାନ କରିଛି। ଭାରତର ନିୟାମକ ଢାଞ୍ଚା ପ୍ରତି ବଢ଼ୁଥିବା ବିଶ୍ୱାସ ଯୋଗୁଁ ୯ଟି ବ୍ରିଟିଶ ବିଶ୍ୱବିଦ୍ୟାଳୟ ଏଠାରେ କ୍ୟାମ୍ପସ ଖୋଲିବାକୁ ପ୍ରସ୍ତୁତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: Aghori Baba: ପାଠପଢ଼ା ସମୟରେ ପ୍ରେମରେ ପଡ଼ିଲି ସବୁକିଛି ହରାଇ ସାଧୁ ଜୀବନ ଆପଣାଇଲି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/06/universities-2026-01-06-15-12-29.jpg)