ନୂଆଦିଲ୍ଲୀ: ଦିନ ଥିଲା ହାତରେ ଆଇନ ପୁସ୍ତକ ଧରି ମନରେ ଅନେକ ଆଶା ଓ ଅକାଂକ୍ଷା ଭରି ବାଟ ଚାଲୁଥିବା ମଣିଷଟେ ଆଜି ପାଲଟି ଯାଇଛି ଅଘୋରୀ ବାବା। ବହି ଧରୁଥିବା ହାତରେ ବୋଳା ହୋଇଛି ପାଉଁଶ। ବହିର ପୃଷ୍ଠା ଲେଉଟାଉଥିବା ଆଙ୍ଗୁଳି ଜପୁଛି ରୁଦ୍ରାକ୍ଷମାଳା। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକଦା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିବା ଛାତ୍ର କିପରି ଅଘୋରୀର ପଥ ବାଛିଲେ ତାହାର ସଂଘର୍ଷଭରା କାହାଣୀ ବଖାଣିଛନ୍ତି।
ଅଧିକପଢ଼ନ୍ତୁ:ବର୍ଷର ପ୍ରଥମ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି, ଘନୀଭୂତ ହେବା ସମ୍ଭାବନା ନେଇ ପୂର୍ବାନୁମାନ କଲା ଆଇଏମଡି
ପ୍ରେମରେ ବିଫଳ ହେବାପରେ ଆଇନ ଛାତ୍ର ପାଲଟିଲେ ଅଘୋରୀ ସାଧୁ
ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି ଜଣେ ସାମ୍ବାଦିକ ଅଘୋରୀ ସାଧୁଙ୍କୁ ପ୍ରଶ୍ନ କରୁଛନ୍ତି ଆପଣ "ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଏଲଏଲବି ସମାପ୍ତ କରିବା ପରେ ଆପଣ କାହିଁକି ଅଘୋରୀ ଜୀବନ ବାଛିଲେ?" ଏହାର ଉତ୍ତରରେ ସାଧୁ ଜଣକ କହୁଛନ୍ତି,‘ ପ୍ରେମର ଗଭୀରତାକୁ ଆଜି ପର୍ଯ୍ୟନ୍ତ କେହି ବି ମାପି ପାରି ନାହାନ୍ତି।। ମୁଁ ୨୦୧୩ରେ ପ୍ରେମରେ ପଡ଼ିଥିଲି। ଯେଉଁଥିପାଇଁ ସବୁକିଛି ହରାଇ ବି ଦେଇଛି। ମୋ ମତରେ ଆପଣମାନେ କେବେବି ପ୍ରେମରେ ପଡ଼ନ୍ତୁ ନାହିଁ। ପ୍ରେମର ପରିସୀମା ଏତେ ଗଭୀର ଯେ ଜଣେ ବ୍ୟକ୍ତି ନିଜ ସହିତ ଆଗପଛ କିଛି ବିଚାର ନକରି ପରିବାରକୁ, ଭାଇଭଉଣୀମାନଙ୍କୁ ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ବଳି ଦେଇ ଦେଇଥାଏ।’
इलाहाबाद यूनिवर्सिटी से LLB किया, 2013 में प्यार हुआ, प्यार नहीं मिला तो अघोरी बाबा गए
— Surya Samajwadi (@surya_samajwadi) January 3, 2026
बाबा जी की बातों में बहुत दर्द है 💔 pic.twitter.com/qexALZKWth
ବାବାଙ୍କ ମୁଖରୁ ତାଙ୍କ ସଂଘର୍ଷ କାହାଣୀକୁ ଯିଏ ଶୁଣୁଛନ୍ତି ସେ ଭାବବିହ୍ବଳ ହୋଇଯାଉଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ @surya_samajwadi ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି, " ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ LLB କରି ୨୦୧୩ରେ ପ୍ରେମରେ ପଡ଼ିଥିଲେ, ପ୍ରେମରେ ବିଫଳ ହେବାପରେ, ସେ ଜଣେ ଅଘୋରୀ ବାବା ହୋଇଗଲେ।" ଏହି ୩୯ ସେକେଣ୍ଡର ଭିଡିଓରେ ବାବାଙ୍କ ଛାତି ଭିତର ଯନ୍ତ୍ରଣା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।
ଅଧିକପଢ଼ନ୍ତୁ:୫ ଦେଶ ଉପରେ ଆମେରିକାର ନଜର, ଟ୍ରମ୍ପ୍ ଦେଲେ ଆକ୍ରମଣ ଧମକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/06/untitled-7-2026-01-06-15-00-17.jpg)