ପୁଟିନ୍‌ ‘ଟ୍ୟାଙ୍କ୍‌’ କାରଖାନା ଗସ୍ତ ବାତିଲ କରିବା ପରେ ପୂର୍ବତନ ରୁଷୀୟ କମାଣ୍ଡର୍‌ଙ୍କ ଆକସ୍ମିକ ମୃତ୍ୟୁ: ରିପୋର୍ଟ

Advertisment
ପୁଟିନ୍‌ ‘ଟ୍ୟାଙ୍କ୍‌’ କାରଖାନା ଗସ୍ତ ବାତିଲ କରିବା ପରେ ପୂର୍ବତନ ରୁଷୀୟ କମାଣ୍ଡର୍‌ଙ୍କ ଆକସ୍ମିକ ମୃତ୍ୟୁ: ରିପୋର୍ଟ

Image Courtesy of Daily Mail

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଅପ୍ରତ୍ୟାଶିତ ଭାବେ ଗୋଟାଏ କମାଣ ନିର୍ମାଣ କାରଖାନା ଗସ୍ତ ବାତିଲ କରିବାର ଦିନକ ପରେ ୟୁକ୍ରେନ୍‌ ସହିତ ଘନିଷ୍ଠ ସମ୍ପର୍କ ଥିବା ରୁଷୀୟ ସ୍ଥଳବାହିନୀର ଜଣେ ପୂର୍ବତନ ମୁଖ୍ୟ କମାଣ୍ଡର୍‌ଙ୍କର ଆକସ୍ମିକ ମୃତ୍ୟୁ ଘଟିଛି ବୋଲି ‘ଦି ମିରର୍‌’ ରିପୋର୍ଟ କରିଛି। ୬୯ ବର୍ଷିୟ ପ୍ରାକ୍ତନ ରୁଷୀୟ କମାଣ୍ଡର୍‌ଜଣକ ଉକ୍ତ କାରଖାନାରେ କାର୍ଯ୍ୟ କରୁଥିଲେ।

ଡିସେମ୍ବର ୨୫ ତାରିଖ ଦିନ ମସ୍କୋସ୍ଥିତ ଏକ ସେନା ହସ୍ପିଟାଲ୍‌ରେ ଜେନେରାଲ୍‌ ଆଲେକ୍‌ସେଇ ମାସ୍‌ଲୋଭ୍‌ ନାମକ ସେ କମାଣ୍ଡର୍‌ଙ୍କର ମୃତ୍ୟୁ ଘଟିଥିବା କଥା କମାଣ କାରଖାନା ‘ୟୁରାଭାଗୋଜାଭୋଦ୍‌ ପ୍ଲାଣ୍ଟ୍‌’ ଘୋଷଣା କରିଛି।

୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଜେନେରାଲ୍‌ ଆଲେକ୍‌ସେଇ ରୁଷୀୟ ସ୍ଥଳ ବାହିନୀର କମାଣ୍ଡର୍‌-ଇନ୍‌-ଚିଫ୍‌ ଥିଲେ। ପରେ ସେ ବ୍ରୁସେଲ୍‌ଜ୍‌ସ୍ଥିତ ନାଟୋରେ ଦେଶର ମୁଖ୍ୟ ସେନା ପ୍ରତିନିଧି ଭାବେ ଚାକିରି କରିଥିଲେ। ସେଣ୍ଟ୍‌ ପିଟର୍ସବର୍ଗସ୍ଥିତ ‘ଆଡ୍‌ମିରାଲିଟି ସିପ୍‌ୟାର୍ଡସ୍‌’ର ମହାନିର୍ଦେଶକ ଆଲେକ୍‌ଜେଣ୍ଡର୍‌ ବୁଜାକୋଭ୍‌ଙ୍କ ଆକସ୍ମିକ ମୃତ୍ୟୁ ପରେ ମାସ୍‌ଲୋଭ୍‌ଙ୍କର ମୃତ୍ୟୁ ଘଟିଛି।

publive-image Image Courtesy of India Today

‘ଟେଲିଗ୍ରାମ୍‌ ଚାନେଲ୍‌ ରିଡାକ୍‌ଟେଡ୍‌ ନମ୍ବର ୬’ ଅନୁସାରେ ଉପରୋକ୍ତ ଦୁଇଟି ମୃତ୍ୟୁ ଘଟଣାର ତଦନ୍ତ ଲାଗି ‘ଏଫ୍‌ଏସ୍‌ବି’ ସିକ୍ୟୁରିଟି ସର୍ଭିସ୍‌ ଗୋଟାଏ ‘ଇନ୍‌ଭେଷ୍ଟିଗେଟିଭ୍‌ ଗ୍ରୁପ୍‌’ ଗଠନ କରିଥିବା କଥା ମଧ୍ୟ ‘ଦି ମିରର୍‌’ ରିପୋର୍ଟ କରିଛି।

ଚାନେଲ୍‌ ରିପୋର୍ଟ କରିଛି ଯେ, ମୃତ୍ୟୁର ଦିନକ ଆଗରୁ ବୁଜାକ‌ୋଭ୍‌ ସୁସ୍ଥ ଥିଲେ। ସେହିପରି, ମୃତ୍ୟୁ ପୂର୍ବରୁ ମାସ୍‌ଲୋଭ୍‌ଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ବି କିଛି ଶୁଣିବାକୁ ମିଳୁ ନ ଥିଲା।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ରୁଷୀୟ ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ନିଝ୍‌ନି ତାଗିଲ୍‌ସ୍ଥିତ ‘ୟୁରାଭାଗୋଜାଭୋଦ୍‌ ପ୍ଲାଣ୍ଟ୍‌’ ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ନୂଆ କମାଣ ଯୋଗାଇବାରେ ବିଫଳ ହେବାରୁ କ୍ରେମ୍‌ଲିନ୍‌ଦ୍ବାରା ସମାଲୋଚିତ ହୋଇଥିଲା।

ସେ ଯାହାହେଉ, କୌଣସି କାରଣ ନ ଦର୍ଶାଇ ରୁଷୀୟ ରାଷ୍ଟ୍ରପତି ଶେଷ ମୁହୂର୍ତ୍ତରେ ବଡ଼ଦିନ ଅବ୍ୟବହିତ ପୂର୍ବରୁ ସେ କମାଣ କାରଖାନା ଗସ୍ତ ବାତିଲ କରି ଦେଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe