ବୟସ୍କ ବ୍ୟକ୍ତିଙ୍କୁ ଟ୍ରକ୍‌ରୁ ଓହ୍ଲାଇ ରାସ୍ତା କଡ଼ରେ ଛାଡ଼ିଦେବା ପରେ ଇନ୍ଦୋର ମହାନଗର ନିଗମର ଶୀର୍ଷସ୍ତରୀୟ ଅଧିକାରୀ ନିଲମ୍ବିତ

ବୟସ୍କ ବ୍ୟକ୍ତିଙ୍କୁ ଟ୍ରକ୍‌ରୁ ଓହ୍ଲାଇ ରାସ୍ତା କଡ଼ରେ ଛାଡ଼ିଦେବା ପରେ ଇନ୍ଦୋର ମହାନଗର ନିଗମର ଶୀର୍ଷସ୍ତରୀୟ ଅଧିକାରୀ ନିଲମ୍ବିତ

India Tv

ଭୋପାଳ: ଇନ୍ଦୋର ମହାନଗର ନିଗମ(ଆଇଏମ୍‌ସି)ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗୃହହୀନ ବ୍ୟକ୍ତିମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ମଧ୍ୟପ୍ରଦେଶ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି କି ବୟସ୍କା ମହିଳାଙ୍କ ସମେତ ଭୂମିହୀନ ଲୋକଙ୍କୁ ଏକ ଟ୍ରକ୍‌ରୁ ଓହ୍ଲାଇ ଅଧିକାରୀ ଜଣକ ରାସ୍ତା କଡ଼ରେ ଛାଡ଼ି ଦେଇ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନିର୍ଦ୍ଦେଶକ୍ରମେ ଇନ୍ଦୋର ମୁନିସପାଲ୍ କର୍ପୋରେସନ୍ (ଆଇଏମସି) ଡେପୁଟି କମିସନର ପ୍ରତାପ ସୋଲାଙ୍କିଙ୍କୁ ନିଲମ୍ବନ କରାଯାଇଛି। ସୋଲା‌ଙ୍କିଙ୍କ ବ୍ୟତୀତ ଅନ୍ୟ ଦୁଇ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ଏପରି ଅମାନୁଷିକ ବ୍ୟବହାରର ଶିକାର ହୋଇଥିବା ବୃଦ୍ଧବୃଦ୍ଧାଙ୍କ ମଧ୍ୟରୁ ଅନେକଙ୍କର ପୋଷାକ ଚିରି ଯାଇଥିବାର ଦେଖିବାକୁ ମିଳିଛି। ‌ଏପରି ନିଃସହାୟ ବୃଦ୍ଧବୃଦ୍ଧାଙ୍କ ବ୍ୟାଗ୍‌କୁ ଟ୍ରକ୍‌ରୁ କାଢ଼ି ଇନ୍ଦୋର ସହର ନିକଟସ୍ଥ ସିପ୍ରା ଗ୍ରାମ କଡ଼ରେ ଛାଡ଼ି ଦେଇ ଯାଇଛନ୍ତି ଅଧିକାରୀମାନେ।

ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ଇନ୍ଦୋର ମହାନଗର ନିଗମର କିଛି ଅଧିକାରୀଙ୍କ ଅମାନୁଷିକ ଆଚରଣ ବିଷୟରେ ଜାଣିବାକୁ ପାଇଛି। ଆଇଏମସିର ଡେପୁଟି କମିସନର ଏବଂ ଦୁଇ  କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଆମେ କୌଣସି ବି ପରିସ୍ଥିତିରେ ବୟସ୍କ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସହ୍ୟ କରିବୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe