ଆଫଗାନିସ୍ତାନରେ ତାଲିବାନ ବାହିନୀ ଦ୍ୱାରା ଶୀର୍ଷ ଇସଲାମିକ୍ ଷ୍ଟେଟ୍ କମାଣ୍ଡର ନିହତ

ଆଫଗାନିସ୍ତାନରେ ତାଲିବାନ ବାହିନୀ ଦ୍ୱାରା ଶୀର୍ଷ ଇସଲାମିକ୍ ଷ୍ଟେଟ୍ କମାଣ୍ଡର ନିହତ

www.indiatoday.in

କାବୁଲ: କିଛି ଦିନ ତଳେ ଆଫଗାନିସ୍ଥାନର ତାଲିବାନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ରାଜଧାନୀ କାବୁଲରେ ହୋଇଥିବା ସୁରକ୍ଷା ବାହିନୀର ଆତଙ୍କବାଦୀ ବିରୋଧୀ ଆକ୍ରମଣରେ ଦୁଇ ଜଣ ଇସଲାମିକ୍ ଷ୍ଟେଟ୍ କମାଣ୍ଡର ନିହତ ହୋଇଛନ୍ତି। ଏବେ ଜାଣିବାକୁ ମିଳିଛି ଯେ ସେହି ୨ ଜଣଙ୍କ ମଧ୍ୟରୁ ଜଣେ ଶୀର୍ଷସ୍ତରୀୟ ଇସଲାମିକ୍ ଷ୍ଟେଟ୍ କମାଣ୍ଡର ବି ନିହତ ହୋଇଥିଲା, ଯାହାର ନାମ କ୍ବାରି ଫତେହ।

କ୍ବାରି ଇସଲାମିକ୍ ଷ୍ଟେଟ୍ ଗୁପ୍ତଚର ମୁଖ୍ୟ ଭାବେ କାମ କରୁଥିଲା ଓ ଇସଲାମିକ ଷ୍ଟେଟ-ଖୋରାସାନ ପ୍ରଦେଶ (ଆଇଏସ୍‌କେପି)ର ପୂର୍ବତନ ଯୁଦ୍ଧ ମନ୍ତ୍ରୀ ଭାବରେ ପରିଚିତ ଥିଲା । ଏ ନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍। ଆଇଏସ୍‌କେପି ହେଉଛି ଇସଲାମିକ୍ ଷ୍ଟେଟର ଆଫଗାନିସ୍ତାନ ସହଯୋଗୀ ତଥା ତାଲିବାନର ଏକ ପ୍ରମୁଖ ବିରୋଧୀ ସଂଗଠନ।

କାବୁଲରେ କ୍ବାରି ଫତେହ ଥିଲା ଆଇଏସ୍‌କେପିର ଜଣେ ମୁଖ୍ୟ ରଣନୀତିଜ୍ଞ। ସେ ରୁଷ୍‌, ଚୀନ, ପାକିସ୍ତାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe