ତିନି ବର୍ଷ ତଳେ ତାଙ୍କୁ ବିଷ ଦିଆଯାଇଥିବା କଥା କହିଲେ ‘ଇସ୍ରୋ’ର ଶୀର୍ଷସ୍ତରୀୟ ବୈଜ୍ଞାନିକ

Advertisment
ତିନି ବର୍ଷ ତଳେ ତାଙ୍କୁ ବିଷ ଦିଆଯାଇଥିବା କଥା କହିଲେ ‘ଇସ୍ରୋ’ର ଶୀର୍ଷସ୍ତରୀୟ ବୈଜ୍ଞାନିକ

Image Courtesy of Zee News

ବେଙ୍ଗାଲୁରୁ: ତିନିବର୍ଷରୁ ଅଧିକ ଦିନ ତଳେ ତାଙ୍କୁ ବିଷ ଦିଆଯାଇଥିଲା ବୋଲି ମଙ୍ଗଳବାର ଦିନ ‘ଇସ୍ରୋ’ର ଜଣେ ଶୀର୍ଷସ୍ତରୀୟ ବୈଜ୍ଞାନିକ ଦାବି କରିଛନ୍ତି।
ବେଙ୍ଗାଲୁରୁସ୍ଥିତି ‘ଇସ୍ରୋ’ର ମୁଖ୍ୟାଳୟରେ ୨୦୧୭ ମେ ୨୩ ତାରିଖରେ ଅନୁଷ୍ଠିତ ଏକ ପଦୋନ୍ନତି ସାକ୍ଷାତ୍‌କାର ସମୟରେ ତାଙ୍କୁ ମାରାତ୍ମକ ‘ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌’ ଦିଆଯାଇଥିଲା ବୋଲି ତପନ ମିଶ୍ର ନାମକ ଉକ୍ତ ବୈଜ୍ଞାନିକଜଣକ କହିଛନ୍ତି।

ମଧ୍ୟାହ୍ନ ଭୋଜନ ପରେ ଦୋସା ସହ ଦିଆଯାଇଥିବା ଚଟଣିରେ ସମ୍ଭବତଃ ଏହି ମାରାତ୍ମକ ମାତ୍ରାର ବିଷ ମିଶାଯାଇଥିଲା ବୋଲି ସେ କହିଛନ୍ତି।
ସମ୍ପ୍ରତି ‘ଇସ୍ରୋ’ରେ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ର ଏ ମାସ ଶେଷରେ ଅବସର ଗ୍ରହଣ କରିବେ। ପୂର୍ବରୁ ସେ ଅହମଦାବାସ୍ଥିତ ‘ଇସ୍ରୋ’ର ନିର୍ଦେଶକଭାବେ କାର୍ଯ୍ୟ କରୁଥିଲେ।

publive-image Image Courtesy of NDTV

‘ଲଙ୍ଗ୍‌ କେପ୍ଟ୍‌ ସିକ୍ରେଟ୍‌’ ବା ‘ଦୀର୍ଘକାଳ ଗୁପ୍ତ ରଖାଯାଇଥିବା’ ଶୀର୍ଷକ ଥିବା ଏକ ‘ଫେସ୍‌ବୁକ୍‌ ପୋଷ୍ଟ୍‍’ରେ ଶ୍ରୀ ମିଶ୍ର ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ୨୦୧୭ ଜୁଲାଇରେ ଗୃହ ବ୍ୟାପାର ନିରାପତ୍ତା କର୍ମଚାରୀମାନେ ତାଙ୍କୁ ଭେଟି ‘ଆର୍ସେନିକ୍‌ ପଏଜନିଙ୍ଗ୍‌’ ସଂକ୍ରାନ୍ତରେ ସୂଚନା ଦେବା ସହ ସଠିକ ଚିକିତ୍ସା ଲାଗି ଡାକ୍ତରମାନଙ୍କର ସହାୟତା କରିଥିଲେ।

ପରେ ତାଙ୍କର ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଚର୍ମ ଛାଲି ହୋଇ ଝଡ଼ିବା ଓ ‘ଫଙ୍ଗାଲ୍‌’ ସଂକ୍ରମଣ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା କଥା ସେ କହିଛନ୍ତି।

ତାଙ୍କୁ ‘ଆର୍ସେନିକ୍‌’ ବିଷ ଦିଆଯାଇଥିବା କଥା ନୂଆଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ର ପରୀକ୍ଷାରୁ ଜଣାପଡ଼ିଥିଲା ଏବଂ ସେ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ସେ ପୋଷ୍ଟ୍‍ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଏହା କୌଣସି ଗୁପ୍ତଚର ଆକ୍ରମଣ ପରି ମନେହେଉଛି। ‘ସିନ୍ଥେଟିକ୍‌ ଆପେରଚର୍‌ ରାଡାର୍‌’ ନିର୍ମାଣରେ ପାରଦର୍ଶିତା ଥିବା ଏବଂ ଅତି ବିଶାଳ ସେନାକୁ ଅବଦାନ ଦେଇଥିବା ଓ ବାଣିଜ୍ୟିକ ଗୁରୁତ୍ୱବହନ କରୁଥିବା ଜଣେ ବୈଜ୍ଞାନିକଙ୍କୁ ହଟାଇବା ନିମନ୍ତେ ଏହା ଅଭିପ୍ରେତ ଥିଲା। ଭାରତ ସରକାର ଏ ଘଟଣାର ତଦନ୍ତ କରନ୍ତୁ ବୋଲି ସେ ଚାହିଁଛନ୍ତି। କିନ୍ତୁ, ଶ୍ରୀ ମିଶ୍ରଙ୍କ ଦାବି ସଂକ୍ରାନ୍ତରେ ‘ଇସ୍ରୋ’ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe