ସୋପୋରେ ଏନକାଉଣ୍ଟର: ଲସ୍କର-ଇ-ତଇବା କମାଣ୍ଡର ସହ ୨ଆତଙ୍କବାଦୀ ନିହତ

Advertisment
ସୋପୋରେ ଏନକାଉଣ୍ଟର: ଲସ୍କର-ଇ-ତଇବା କମାଣ୍ଡର ସହ ୨ଆତଙ୍କବାଦୀ ନିହତ

ସୋପୋରେ: ସୋପୋରେରେ ଏନକାଉଣ୍ଟର | ଏହି ଏନକାଉଣ୍ଟରରେ ଲସ୍କର-ଇ-ତଇବା କମାଣ୍ଡର ସମେତ  ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି | ଜୁଲାଇ ୨୨-୨୩ ମଧ୍ୟରାତ୍ରିରେ ଜମ୍ମୁ କଶ୍ମୀରର ସୋପୋରେର ୱାରପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତଇବା (ଲେଇଟି)ର ଜଣେ ଶୀର୍ଷ କମାଣ୍ଡରଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ଦେଇଛି କଶ୍ମୀର ପୁଲିସ।

ସୂତ୍ର ଅନୁଯାୟୀ, ସୋପୋରେ ପୁଲିସକୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଏକ ଇନପୁଟ୍ ମିଳିବ ପରେ ୱାରପୋରାରେ ଆତଙ୍କବାଦୀଙ୍କ ଦମନ ଲାଗି ଅପରେସନ୍ ଆରମ୍ଭ ହୋଇଥିଲା। କିଛି ଘଣ୍ଟା ଧରି ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ଗୁଳି ବର୍ଷା ହେବା ପରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି |

କଶ୍ମୀର ପୁଲିସ କହିଛି ଯେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଫାୟାଜ ୱାର ବୋଲି ଜଣାପଡିଛି, ଯିଏ ଅନେକ ଆତଙ୍କବାଦୀ ଆକ୍ରମଣ ଏବଂ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର କର୍ମଚାରୀଙ୍କୁ ହତ୍ୟା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe