ସର୍ବୋଚ୍ଚସ୍ତରୀୟ ସୁରକ୍ଷା: ବୁଲେଟ୍-ପ୍ରୁଫ୍ ଯାନ, ସ୍ୱାଟ୍ କମାଣ୍ଡୋ

Advertisment

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଦିଲ୍ଲୀ ପହଞ୍ଚିଥିବା ବେଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଦିଲ୍ଲୀ ପହଞ୍ଚିଥିବା ବେଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

sdsdcxc

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଦିଲ୍ଲୀ ପହଞ୍ଚିଥିବା ବେଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ରାଣା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରିବା ପରେ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଅଦାଲତକୁ ନେଇଥିଲା। ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌କୁ ସତର୍କ ରଖାଯାଇଥିଲା ଏବଂ ବିମାନ ବନ୍ଦରରେ ସ୍ୱାଟ୍ (ସ୍ପେସାଲ ୱିପନ୍ସ ଆଣ୍ଡ ଟ୍ୟାକ୍ଟିକ୍ସ) କମାଣ୍ଡୋ ମୁତୟନ କରାଯାଇଥିଲା।

ବୁଲେଟ୍-ପ୍ରୁଫ୍ ଯାନ, ସ୍ୱାଟ୍ କମାଣ୍ଡୋ
ସେଲ୍‌ରେ ପ୍ରବେଶ ପାଇଁ କେବଳ ୧୨ ଜଣଙ୍କୁ ଅନୁମତି

ରାଣାର ବୁଲେଟ୍-ପ୍ରୁଫ୍ କାର୍ ସହ ଅନ୍ୟ ସଶସ୍ତ୍ର ଗାଡ଼ି ମଧ୍ୟ ଏହି ଗାଡ଼ିମାଳାରେ ରହିଥିଲା। ବୁଲେଟ୍-ପ୍ରୁଫ୍ ଗାଡ଼ି ସହିତ ଏକ ‘ମାର୍କସମ୍ୟାନ୍’ ଗାଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା। ‘ମାର୍କସମ୍ୟାନ୍’ ଯାନ ଏକ ଅତ୍ୟନ୍ତ ସୁରକ୍ଷିତ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କାର୍ ଯାହା ଯେ କୌଣସି ପ୍ରକାରର ଆକ୍ରମଣକୁ ପ୍ରତିହତ କରିପାରେ। ଏହାକୁ ସାଧାରଣତଃ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ସମେତ ଉଚ୍ଚ ବିପଦପୂର୍ଣ୍ଣ ବ୍ୟକ୍ତିଙ୍କୁ ଅଦାଲତ କିମ୍ବା ଏଜେନ୍ସି କାର୍ଯ୍ୟାଳୟକୁ ପରିବହନ କରିବା ପାଇଁ ବ୍ୟବହାର କରାଯାଏ। ଏନ୍‌ଆଇଏ ମୁଖ୍ୟାଳୟରେ ଏକ ପଚରାଉଚରା ସେଲ୍ ପ୍ରସ୍ତୁତ କରାଯାଇଛି। ଏନ୍‌ଆଇଏ ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଓ ଡିଆଇଜି ଜୟା ରାୟଙ୍କ ସମେତ ମାତ୍ର ୧୨ ଜଣ ସଦସ୍ୟଙ୍କୁ ପ୍ରବେଶ ଅନୁମତି ମିଳିଛି। ରାଣା ତା’ର ଇମିଗ୍ରେସନ କନସଲଟାନ୍ସି ବ୍ୟବସାୟ ଜରିଆରେ ଭାରତରେ ଆକ୍ରମଣ ପାଇଁ ସହାୟତା ଯୋଗାଇଥିବା ସଂକ୍ରାନ୍ତରେ ଏନ୍‌ଆଇଏ ଅନେକ ବଳିଷ୍ଠ ପ୍ରମାଣ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe