ବିଜେପି ସାଂସଦଙ୍କୁ ଜେଲରେ ନିର୍ଯାତନା ମାମଲା: ମହାରାଷ୍ଟ୍ର ଡିଜିପିଙ୍କୁ ସମନ କଲେ ମାନବାଧିକାର କମିସନ

Advertisment
ବିଜେପି ସାଂସଦଙ୍କୁ ଜେଲରେ ନିର୍ଯାତନା ମାମଲା: ମହାରାଷ୍ଟ୍ର ଡିଜିପିଙ୍କୁ ସମନ କଲେ ମାନବାଧିକାର କମିସନ

Mumbai Mirror

ମୁମ୍ବାଇ: ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜେଲରେ ନିର୍ଯାତନା ଦିଆଯିବା ଅଭିଯୋଗ ଉପରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିସନ ରାଜ୍ୟ ପୁଲିସ୍‌ ମୁଖ୍ୟ, ଡିଜିପିଙ୍କୁ ଆଜି ସମନ କରିଛନ୍ତି। ଅପ୍ରେଲ ୬ ତାରିଖ ପୂର୍ବରୁ କମିସନଙ୍କ ନିକଟରେ ହାଜର ହେବା ପାଇଁ ଜାରି ସମନରେ ନିର୍ଦ୍ଦେଶ ଦିଆଯାଇଥିବା ଓକିଲ ଆଦିତ୍ୟ ମିଶ୍ର ସୂଚନା ଦେଇଛନ୍ତି।

ସେପ୍ଟେଟର ୨୯, ୨୦୦୮ରେ ଉତ୍ତର ମହାରାଷ୍ଟ୍ରର ମାଲେଗାଓଁର ଏକ ମସଜିଦ ନିକଟରେ ହୋଇଥିବା ଏକ ବିସ୍ଫୋରଣ ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ବିସ୍ଫୋରଣ ଘଟଣାରେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଏହି ମାଲେଗାଓଁ ବିସ୍ଫୋରଣ ଘଟଣାରେ ପ୍ରଜ୍ଞା ସିଂହ ଠାକୁର ଅଭିଯୁକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏବଂ ସେ ଜେଲରେ ଥିଲେ।

ଅକ୍ଟୋବର ୨୦୧୮ରେ ପ୍ରଜ୍ଞା ସିଂହ ଠାକୁର ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଅଭିଯୋଗ କରି କହିଥିଲେ ଯେ ମାଲେଗାଓଁ ବିସ୍ଫୋରଣ ଘଟଣାରେ ସେ ଜେଲରେ ଥିବାବେଳେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା।

ପ୍ରଜ୍ଞା ସିଂହ ଠାକୁରଙ୍କର ଏ ଅଭଭିଯୋଗ ପରେ ଓକିଲ ଆଦିତ୍ୟ ମିଶ୍ର ଏ ସଂକ୍ରାନ୍ତରେ ଏକ ମାମଲା ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଆଗତ କରିଥିଲେ। ତେବେ, ଏନ୍‌ଏଚ୍‌ଆରସି ଏହି ଆବେଦନକୁ ବିଚାର ପାଇଁ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିସନଙ୍କୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ, ଏହି ମାମଲାରେ ମହାରାଷ୍ଟ୍ରର ଡିଜିପିଙ୍କୁ ସମନ କରିଛନ୍ତି ରାଜ୍ୟ ମାନବାଧିକାର କମିସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe