ଗୟାରୁ ମୃତାବସ୍ଥାରେ ମିଳିଲେ କୁଖ୍ୟାତ ନକ୍ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବ; ମୃତ୍ୟୁର କାରଣ ଜଣାପଡ଼ି ନାହିଁ

ଗୟାରୁ ମୃତାବସ୍ଥାରେ ମିଳିଲେ କୁଖ୍ୟାତ ନକ୍ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବ; ମୃତ୍ୟୁର କାରଣ ଜଣାପଡ଼ି ନାହିଁ

Image Courtesy of NDTV

ଗୟା: ବୁଧବାର ଦିନ ଲୁଟୁଆ ଥାନା ଅନ୍ତର୍ଗତ ବାବୁରାମହଡିହ ଅଞ୍ଚଳର ବାଙ୍କେବଜାରରୁ କୁଖ୍ୟାତ ନକ୍ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବଙ୍କୁ ନିରାପତ୍ତା ବଳ ରହସ୍ୟମୟ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରିଥିବା କଥା ଗଣମାଧ୍ୟମ ରିପୋର୍ଟ କରିଛି। କିନ୍ତୁ, ସନ୍ଦୀପଙ୍କ ମୃତ୍ୟୁ କଥା ଗୁରୁବାର ଦିନ ହିଁ ପୁଲିସ ସୁନିଶ୍ଚିତ କରି ଜଣାଇଛି।

ବିହାର ଓ ଝାଡ଼ଖଣ୍ଡ ସମେତ ୬ଟି ରାଜ୍ୟରେ ପ୍ରାୟ ୫୦୦ ମାମଲାରେ ତାଙ୍କୁ ଖୋଜାପଡ଼ିଥିଲା। ତାଙ୍କୁ ଧରିବା କିଂବା ମାରିବା ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ୮୩ ଲକ୍ଷ ଟଙ୍କା ପୁରସ୍କାର ଘୋ‌ଷଣା କରିଥିଲେ।

ଗୟାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହରପ୍ରୀତ୍‌ କୌର୍‌ ଗଣମାଧ୍ୟମକୁ କହିଛନ୍ତି, ବିଭିନ୍ନ ରାଜ୍ୟ ସରକାରଙ୍କଦ୍ବାରା ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଘୋଷିତ (ଧରିବା କିଂବା ମାରିବା ପାଇଁ) ନକ୍ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବଙ୍କୁ ଗୟାରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

publive-image Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ଗୟାସ୍ଥିତ ଅନୁଗ୍ରହ ନାରାୟଣ ମେଡିକାଲ୍‌ କଲେଜରେ ସନ୍ଦୀପଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି।

ବିଗତ ୨୫ ବର୍ଷ ଧରି ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଯାଦବ ସକ୍ରିୟ ଥିଲେ। ସେ ବିହାର-ଝାଡ଼ଖଣ୍ଡ ସ୍ପେସାଲ୍‌ ଏରିଆ କମିଟି ଦାୟିତ୍ବରେ ଥିଲେ ବୋଲି ବିଶ୍ବାସ କରାଯାଏ। ତାଙ୍କୁ ଗିରଫ କରାଇବା ଲାଗି ସୂଚନା ଦେଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଝାଡ଼ଖଣ୍ଡ ସରକାର ଘୋଷଣା କରିଥିଲେ।

ସଦ୍ୟତମ ସୂଚନା ଅନୁସାରେ, ନକ୍ସଲ୍‌ ନେତା ସନ୍ଦୀପଙ୍କ ଶବ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe