ଶ୍ରମିକ ସ୍ପେସାଲ ଗାଡ଼ିରେ ଗଲାଣି ୮୦ ଜୀବନ

Advertisment
ଟ୍ରେନ୍‌ ରହଣି ଉପରେ ଲାଗିଥିବା କଟକଣା ହଟିଲା, ଏଣିକି ସବୁ ଷ୍ଟେସନରେ ରହିବ ଟ୍ରେନ୍‌

New Indian Express

ନୂଆଦିଲ୍ଲୀ: କରୋନା ଭୁତାଣୁ ‌ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ପରେ ପ୍ରବାସୀ ଶ୍ରମିକମାନେ ଏବେ ଘରକୁ ଫେରୁଛନ୍ତି। ସରକାର ଶ୍ରମିକଙ୍କ ଘରବାହୁଡ଼ା ପାଇଁ ଶ୍ରମିକ ସ୍ପେସାଲ ରେଳଗାଡ଼ି ସେବା ଜାରି କରିଛନ୍ତି। ତେବେ ଏହି ରେଳରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ମିଳିଥିବା ତଥ୍ୟ ମୁତାବକ ଶ୍ରମିକ ସ୍ପେସାଲ ଗାଡ଼ିରେ ୮୦ ଜଣଙ୍କ ମୃତ୍ୟୁ ଘଟିଛି।

ମେ ୯ ତାରିଖରୁ ୨୭ ତାରିଖ ମଧ୍ୟରେ ମୋଟ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମେ ୨୩ ତାରିଖରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ତାରିଖରେ ୯ ଜଣ, ୨୫ ତାରିଖରେ ୯ ଜଣ, ୨୬ ତାରିଖରେ ୧୩ ଜଣ, ୨୭ ତାରିଖରେ ୮ ଜଣଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଅନିଶ୍ଚିତତା ବଢ଼ୁଥିବାରୁ ଶ୍ରମିକମାନଙ୍କ ସମସ୍ୟା ମଧ୍ୟ ବଢ଼ୁଛି। ଆଜି ସୁଦ୍ଧା ୩୮୪୦ ଶ୍ରମିକ ସ୍ପେସାଲ ରେଳଗାଡ଼ିରେ ପ୍ରାୟ ୫୨ ଲକ୍ଷ ଲୋକ ଯାତ୍ରା କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe